କଟକ: ରେଭେନ୍ସା ଚିଫ ୱାର୍ଡେନ – ବିଧାୟକ ବିବାଦ ପ୍ରସଙ୍ଗ । ସରକାରଙ୍କୁ ବଦନାମ ପାଇଁ ଉଦ୍ୟମ କହିଲେ ବିଧାୟକ ପ୍ରକାଶ ସେଠୀ । ଆନ୍ଦୋଳନ ଚାଲୁ ରହିଲେ ସରକାର ବଦନାମ ହେବେ ଜାଣିଛନ୍ତି । ଅଧ୍ୟାପକମାନେ ରାଜନୀତି ଛାଡି ପାଠ ପଢାନ୍ତୁ । ଯଦି ରାଜନୀତି କରିବାର ଅଛି ଇସ୍ତଫା ଦେଇ ରାଜନୀତିକୁ ଆସନ୍ତୁ । ରେଭେନ୍ସାରେ ଯାହା କିଛି ଘଟିଛି, ଭିସିଙ୍କ ଉପସ୍ଥିତିରେ ହୋଇଛି । ଭିସି ନିଜେ ଅସହାୟ ବୋଲି ମୋତେ କହିଛନ୍ତି ।ସବୁ ୱାର୍ଡେନ ଇସ୍ତଫା ଦେବା ନେଇ ମଧ୍ୟ ରଖିଲେ ମତ । ଭଲ ହୋଇଛି, ପଢାରେ ଧ୍ୟାନ ଦିଅନ୍ତୁ, ନୂଆ ଲୋକେ ଦାୟିତ୍ୱ ନେବେ ।










