33.7 C
Bhubaneswar
Wednesday, August 5, 2026
Homeଓଡିଶାଭୁବନେଶ୍ୱରରେ ଆଜିଠାରୁ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱରରେ ଆଜିଠାରୁ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ । ଶିକ୍ଷା, ଦକ୍ଷତା ଓ ନବସୃଜନର ମହାକୁମ୍ଭରେ ସାମିଲ ହେବେ ବିଭିନ୍ନ ଦେଶର ଶିକ୍ଷାମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଆହୁରି ମଜବୁତ କରିବା ନେଇ କରାଯିବ ମନ୍ଥନ । ଏହି ତିନିଦିନିଆ ସମ୍ମିଳନୀରେ ମୁଖ୍ୟତଃ ୫ଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶିଶୁମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ।ବ୍ରିକ୍ସ ଟିଭିଇଟି କୋଅପରେସନ ଆଲିୟାନ୍ସ ଅଧିନରେ ଅଧୀନରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର ପରିସରକୁ ବ୍ୟାପକ କରିବା । ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ମିଳିତ ଗବେଷଣା, ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବା । ବିଭିନ୍ନ ଦେଶର ଡିଗ୍ରୀ ଓ ଶିକ୍ଷାଗତ ଯୋଗ୍ୟତାକୁ ପରସ୍ପର ଗ୍ରହଣ କରିବା ପାଇଁ ଏକ ସହଜ ଓ ସ୍ପଷ୍ଟ ବ୍ୟବସ୍ଥା ଗଠନ କରିବା, ଏବଂ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଶାସନିକ ଏବଂ ଶୈକ୍ଷିକ ନେତୃତ୍ୱକୁ ଅଧିକ ଦକ୍ଷ କରିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking