34.6 C
Bhubaneswar
Wednesday, August 5, 2026
Homeଓଡିଶାମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକ ଦେଇଥିବା ଯୁବକ ଗିରଫ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକ ଦେଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ:  ଧମକ ଦେବା ପଡ଼ିଲା ମହଙ୍ଗା । ବରେଲୀର ଏହି ବ୍ୟକ୍ତି ଏବେ ପୋଲିସ ହେପାଜତରେ । ଅଭିଯୋଗ ଅନୁସାରେ, ସେ ଫୋନ୍ ଯୋଗେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେଇଥିଲେ । ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଧରିଥିଲା । ଗିରଫ ପରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଅଭିଯୁକ୍ତ ନିଜ କାର୍ଯ୍ୟ ପାଇଁ ଅନୁତାପ କରୁଥିବା ଏବଂ କ୍ଷମା ମାଗୁଥିବା ଦେଖାଯାଇଛି । ପୁଲିସ ସୂତ୍ର ଅନୁସାରେ, ଧମକପୂର୍ଣ୍ଣ ବୟାନ ପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଚାଲିଥିବା ବେଳେ ଧମକ ଦେବାର ପଛରେ କାରଣ କଣ ଥିଲା, ସେ ନେଇ ମଧ୍ୟ ଖୋଜଖବର ଜାରି ରହିଛି ।ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଧମକରୁ କ୍ଷମା ପ୍ରାର୍ଥନା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଏହି ପରିବର୍ତ୍ତନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଇନ ଆଗରେ କେହି ଉପରେ ନୁହେଁ—ଧମକ ହେଉ କିମ୍ବା ଅନ୍ୟ କୌଣସି ଅପରାଧ, କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking