31.1 C
Bhubaneswar
Thursday, September 17, 2026
Homeଓଡିଶାପୁଣି ଘୁଞ୍ଚିଲା ଦାରା ସିଂଙ୍କ ଶୁଣାଣି ମାମଲା

ପୁଣି ଘୁଞ୍ଚିଲା ଦାରା ସିଂଙ୍କ ଶୁଣାଣି ମାମଲା

ଭୁବନେଶ୍ଵର: ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଦାରା ସିଂଙ୍କ ଶୁଣାଣି ମାମଲା।୩ ସପ୍ତାହ ଯାଏଁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ। ସମୟ ମାଗିଛନ୍ତି ଦାରା ସିଂଙ୍କ ଓକିଲ ଏପି ସିଂ। ଫଳରେ ବହୁ ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ଜେଲ୍ ମୁକ୍ତି ଆଶା କ୍ରମଶଃ କ୍ଷୀଣ ହେବାରେ ଲାଗିଛି। ଏହା ପୂର୍ବରୁ ଦୁଇ ଦିନ ପୂର୍ବେ ଦାରାଙ୍କୁ ଜେଲରୁ ମୁକ୍ତ କରିବା ନେଇ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ମଞ୍ଜୁରୀ ଦେଇ ନ ଥିଲେ।

ଏହା ପୂର୍ବରୁ ସେପ୍ଟେମ୍ବର ୮ରେ ଦାରା ସିଂଙ୍କ ମୁକ୍ତି ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦାରା ସିଂଙ୍କ ଜେଲରୁ ମୁକ୍ତି ମାମଲାର ଶୁଣାଣି ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଡିଭିଜନ୍ ବେଞ୍ଚରେ ଲଗାତାର ଜାରି ରହିଛି । ମଙ୍ଗଳବାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବର କାରଣ ଦର୍ଶାଯାଇଥିବା ବେଳେ କୋର୍ଟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।ପୂର୍ବରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ମିଟିଂ ଆଧାରରେ ରିହାତି ପ୍ରକ୍ରିୟା ଶେଷ ହେବା କଥା ଥିଲା । ଅଗଷ୍ଟ ୪ କିମ୍ବା ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଭେରିଫିକେସନ୍ ଓ ଅନ୍ୟାନ୍ୟ କାରଣରୁ ଏହା ସମ୍ଭବ ହୋଇପାରି ନ ଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ନ ହେବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking