31.7 C
Bhubaneswar
Tuesday, August 4, 2026
Homeଓଡିଶାକଏଦୀ ଫେରାର୍‌ ଘଟଣା : ଏଏସ୍‌ଆଇ ତିଳୋତ୍ତମା ପୃଷ୍ଟି ନିଲମ୍ବିତ

କଏଦୀ ଫେରାର୍‌ ଘଟଣା : ଏଏସ୍‌ଆଇ ତିଳୋତ୍ତମା ପୃଷ୍ଟି ନିଲମ୍ବିତ

ଭୁବନେଶ୍ବର : ଭୁବନେଶ୍ବର ମହିଳା ଥାନା ଟିମ୍ କବଳରୁ କଏଦୀ ଫେରାର୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୁଲିସ ଏ.ଏସ.ଆଇ ତିଳୋତ୍ତମା ପୃଷ୍ଟିଙ୍କୁ ନିଲମ୍ବିତ କରାଯାଇଛି । ଦାୟିତ୍ବାର ଅବହେଳା କରିଥିବା ଅଭିଯୋଗରେ ସସ୍‌ପେଣ୍ଡ କରିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ଗତ ଜୁଲାଇ ୩୧ ତାରିଖରେ ଏହି ଘଟଣା ଘଟିଥିଲା। ପ୍ରାଥମିକ ତଦନ୍ତ ପରେ ସମ୍ପୃକ୍ତ ମହିଳା ଏଏସଆଇ କାର୍ଯ୍ୟରେ ଅବହେଳା କରିଥିବା ଜଣାପଡିଛି । ଜୁଲାଇ ୩୧ ତାରିଖରେ ଭୁବନେଶ୍ବର ମହିଳା ଥାନା ଟିମ୍ କବଳରୁ ଚମ୍ପଟ ମାରିଥିଲା ଦୁଷ୍କର୍ମ ଅଭିଯୁକ୍ତ ।  ଜଳଖିଆ ଖାଇବା ବାହାନାରେ ଫେରାର ହୋଇଯାଇଥିଲା । ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ଭଦ୍ରକ ଯାଇଥିଲା ମହିଳା ପୁଲିସ ଟିମ । ଭଦ୍ରକରୁ ଅଭିଯୁକ୍ତ ରୁଦ୍ର ପ୍ରସାଦ ସୁତାରକୁ ଧରି ସାଙ୍ଗରେ ଭୁବନେଶ୍ବର ଆଣୁଥିଲେ । ତେବେ କୋର୍ଟ ଚାଲାଣ କରିବା ପୂର୍ବରୁ ପୁଲିସ କବ୍‌ଜାରୁ ଚମ୍ପଟ ମାରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking