35.8 C
Bhubaneswar
Sunday, August 2, 2026
Homeଓଡିଶାପ୍ରେମିକର ମୃତ୍ୟୁ ଖବର ପାଇ ଜୀବନ ହାରିଲେ ପ୍ରେମିକା

ପ୍ରେମିକର ମୃତ୍ୟୁ ଖବର ପାଇ ଜୀବନ ହାରିଲେ ପ୍ରେମିକା

ଉଦଳା: ପ୍ରେମିକଙ୍କ ମୃତ୍ୟୁ ଖବର ପାଇ ଜୀବନ ହାରି ଦେଲେ ପ୍ରେମିକା। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଡିମଗଡ଼ିଆ ଗାଁରେ। ମୃତ ଯୁବତୀଙ୍କ ନାଁ ଦେବୀ ସିଂ। ଦୀର୍ଘ ବର୍ଷ ହେଲା ଅନୁଗୋଳ ଜିଲ୍ଲା ନାଲକୋ ଅଞ୍ଚଳର ପିଣ୍ଟୁଙ୍କୁ ଭଲ ପାଉଥିଲେ ଦେବୀ। ସେମାନେ ବାହା ହେବାକୁ ଯୋଜନା କରିଥିଲେ। କିନ୍ତୁ ପୂରଣ ହୋଇପାରିଲାନି ସେମାନଙ୍କ ସ୍ୱପ୍ନ। ୪ ଦିନ ତଳେ ପିଣ୍ଟୁ କାମକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଖବର ପାଇବା ପରେ ଦେବୀ ଭାରି ବ୍ୟସ୍ତ ହୋଇପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ପିଣ୍ଟୁ। ତାଙ୍କ ମୃତ୍ୟୁ ଖବର ପାଇ ଦେବୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ପାଗଳ ପ୍ରାୟ ହୋଇଯାଇଥିଲେ। ଯିଏ ଯେତେ ବୁଝାଇଲେ ବି କିଛି ଲାଭ ହୋଇନଥିଲା।ପରିବାର ଲୋକଙ୍କ ଅଲକ୍ଷ୍ୟରେ ସେ ଘର ପଛପଟ ବାଡ଼ିରେ ବେକରେ ଦଉଡ଼ି ବାନ୍ଧି ଝୁଲି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking