29.5 C
Bhubaneswar
Saturday, August 1, 2026
Homeଓଡିଶାସମ୍ବଲପୁରୀଆଙ୍କୁ ଆମ ଭାଷାର ସରକାରୀ ମାନ୍ୟତା ପାଇଁ ସଂକଳ୍ପ ନେବା ଆବଶ୍ୟକ: ଇଂ ରୋହିତ ପୂଜାରୀ

ସମ୍ବଲପୁରୀଆଙ୍କୁ ଆମ ଭାଷାର ସରକାରୀ ମାନ୍ୟତା ପାଇଁ ସଂକଳ୍ପ ନେବା ଆବଶ୍ୟକ: ଇଂ ରୋହିତ ପୂଜାରୀ

ସମ୍ବଲପୁର: ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ସମ୍ବଲପୁରୀ ଦିନ୍ ର ଶୁଭ ଅବସରରେ ସମ୍ବଲପୁର, ପଶ୍ଚିମ ଓଡ଼ିଶା ତଥା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଇଂ ରୋହିତ ପୂଜାରୀ। ଆଜି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ସ୍ମୃତିରେ ତଥା ଆମ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ଏବଂ ଉତ୍ସବ ମାନ କରାଯାଉଛି, ଯାହା କି ସ୍ବାଗତଯୋଗ୍ୟ। କିନ୍ତୁ ଖାଲି ଆମେ ଉତ୍ସବ ଏବଂ କାର୍ଯ୍ୟକ୍ରମରେ ସୀମିତ ରହିଗଲେ ହେବ ନାହିଁ, ଆମ ସମସ୍ତଙ୍କୁ ସମ୍ବଲପୁରୀ ଭାଷାକୁ ଖୁବ୍ ଶୀଘ୍ର ସରକାରୀ ମାନ୍ୟତା କିଭଳି ମିଳିବ ସେ ଦିଗରେ ଯତ୍ନବାନ ହେବା ନିହାତି ଆବଶ୍ୟକ।

ଇଂ ପୂଜାରୀ ଏହି ମର୍ମରେ କହିଛନ୍ତି ଯେ ସମ୍ବଲପୁରୀ କେବଳ ଏକ ଭାଷା ନୁହେଁ, ଏହା ପଶ୍ଚିମ ଓଡ଼ିଶାର ଦୁଇ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କ ପରିଚୟ, ଅସ୍ମିତା ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଆମର ଭାଷା, ସାହିତ୍ୟ, ଲୋକକଳା, ସଙ୍ଗୀତ ଓ ପରମ୍ପରା ଆଜି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମ୍ବଲପୁରୀ ଭାଷା ପାଇଁ ଆମର ମହାନ୍ ବ୍ୟକ୍ତିତ୍ଵ ମାନେ ପଦ୍ମଶ୍ରୀ ଭଳି ଜାତୀୟ ସ୍ତରୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗର୍ବିତ ହୋଇ ନେକ ସମ୍ମାନ ପାଇଛନ୍ତି, ଆମର ସମ୍ବଲପୁରୀ ଭାଷାର ସଙ୍ଗୀତ ଏବଂ ଚଳଚ୍ଚିତ୍ର ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇ। ସମ୍ବଲପୁରୀ ଭାଷା କେବଳ ଯେ ପଶ୍ଚିମ ଓଡ଼ିଶାର ଜନସାଧାରଣ କହୁନାହାନ୍ତି, ପଡୋଶୀ ଛତିଶଗଡ, ଝାଡ଼ଖଣ୍ଡ ଆଦି ରାଜ୍ୟର ଅନେକ ଅଞ୍ଚଳରେ କହୁଛନ୍ତି।

ତଥାପି ଦୁଃଖର ବିଷୟ ଯେ, ଏତେ ସମୃଦ୍ଧ ଭାଷା ହୋଇଥିଲେ ମଧ୍ୟ ସମ୍ବଲପୁରୀ ଭାଷା ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇପାରିନାହିଁ। ଏହା ପଶ୍ଚିମ ଓଡ଼ିଶାର ଲୋକଙ୍କ ଭାବାବେଗ ଓ ଅଧିକାର ସହ ଜଡ଼ିତ ଏକ ପ୍ରସଙ୍ଗ। ବିଗତ ବିଜୁ ଜନତା ଦଳର ସରକାର ରହିଥିବା ସମୟରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସମ୍ବଲପୁରୀ ଭାଷାର ସରକାରୀ ମାନ୍ୟତା ତା ତଥା ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ପାଇଁ ଚିଠି ଲେଖିଥିଲେ, ଏହା ସହ ଡବଲ ଇଞ୍ଜିନ ସରକାରକୁ ମଧ୍ୟ ଇତି ମଧ୍ୟରେ ଦୁଇବର୍ଷ ରୁ ଉର୍ଦ୍ଧ୍ବ ସମୟ ହେଲାଣି, କିନ୍ତୁ ପରିତାପର ବିଷୟ ଅନେକ ସମୟରେ ଜନସାଧାରଣଙ୍କ ଦାବି, ଆନ୍ଦୋଳନ ସତ୍ତ୍ବେ ମଧ୍ୟ ଏହା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବର୍ତ୍ତମାନ ଯେହେତୁ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ଶାସିତ ସରକାର ରହିଛି, ଆମ ଭାଷାକୁ ମାନ୍ୟତା ମିଳିବା ପାଇଁ ଏହା ସ୍ୱର୍ଣୀମ ସମୟ, କେବଳ ଜନପ୍ରତିନିଧି ଙ୍କ ଆନ୍ତରିକତାର ଆବଶ୍ୟକ।

ଆଜିର ଏହି ଶୁଭ ଦିନରେ ଇଂ ପୂଜାରୀ ଦଳମତ ନିର୍ବିଶେଷରେ ସମସ୍ତ ସମ୍ବଲପୁରିଆଙ୍କୁ ଆହ୍ୱାନ କରି କହିଛନ୍ତି ଯେ, ଆମର ଭାଷାକୁ ସରକାରୀ ମାନ୍ୟତା ଦେବା ଦାବିରେ ଏକଜୁଟ ହୋଇ ମାଁ ସମଲେଶ୍ବରୀଙ୍କ ନିକଟରେ ସଂକଳ୍ପ ନେବା। ଏହା କୌଣସି ଦଳର ନୁହେଁ, ବରଂ ଆମ ଅସ୍ମିତା, ସଂସ୍କୃତି ଓ ଭବିଷ୍ୟତ ପିଢ଼ିର ଅଧିକାରର ପ୍ରଶ୍ନ।

ଇଂ ପୂଜାରୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦୃଢ଼ ଦାବି କରୁଛନ୍ତି ଯେ, ସମ୍ବଲପୁରୀ ଭାଷାକୁ ଯଥାଶୀଘ୍ର ସରକାରୀ ସ୍ୱୀକୃତି ପ୍ରଦାନ କରି ଏହାର ସଂରକ୍ଷଣ, ପ୍ରସାର ଓ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।କାରଣ ଆମ ଭାଷା ପାଇଁ ଆମ ପରିଚୟ, ଯଦି ଆମ ଭାଷାକୁ ମାନ୍ୟତା ନ ମିଳେ ତେବେ ଏହା ଆମ ପରିଚୟ, ଆମର ଅସ୍ଥିତ୍ଵ ଆଉ ରହିବ ନାହିଁ, ଏଣୁ ସରକାର ଏହା ଉପରେ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ୍ ସରକାରଙ୍କୁ ଆଗାମୀ ଦିନରେ ବୃହତ୍ ଜନଆନ୍ଦୋଳନ ର ସାମ୍ନା କରିବାକୁ ପଡ଼ିବ।”ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚିବ, ସଂସ୍କୃତି ବଞ୍ଚିଲେ ଆମର ପରିଚୟ ବଞ୍ଚିବ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking