28.3 C
Bhubaneswar
Wednesday, July 29, 2026
Homeଓଡିଶାପୁରୀ ରଥଯାତ୍ରାର ସଫଳ ପରିଚାଳନା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ ଜରୁରୀକାଳୀନ ସେବା କର୍ମଚାରୀଙ୍କୁ ମାନ୍ୟବର...

ପୁରୀ ରଥଯାତ୍ରାର ସଫଳ ପରିଚାଳନା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ ଜରୁରୀକାଳୀନ ସେବା କର୍ମଚାରୀଙ୍କୁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜ୍ଞାପନ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ୨୦୨୬ର ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ ଆୟୋଜନ ପାଇଁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ କର୍ମୀ, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଦଳ ତଥା ଦିନରାତି ନିରନ୍ତର କାର୍ଯ୍ୟରତ ଥିବା ସମସ୍ତ ଜରୁରୀକାଳୀନ ସେବା ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀଙ୍କୁ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି |

ସେ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱ ଫଳରେ ସଫଳ ରଥଯାତ୍ରା ସମ୍ଭବ ହୋଇଛି | ସମସ୍ତ ବିଭାଗର ସମନ୍ୱୟ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀଙ୍କ ନିଷ୍ଠା ଓ ସେବାଭାବ ଯୋଗୁଁ ଚଳିତ ବର୍ଷର ରଥଯାତ୍ରା ସଫଳତାର ସହିତ ସମ୍ପନ୍ନ ହୋଇପାରିଛି । ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁଭଳି ସୁଚିନ୍ତିତ ଯୋଜନା, ତ୍ୱରିତ ଚିକିତ୍ସା ସେବା, ଆମ୍ବୁଲାନ୍ସ ବ୍ୟବସ୍ଥା, ନିରନ୍ତର ସ୍ୱାସ୍ଥ୍ୟ ନିରୀକ୍ଷଣ କରାଯାଇଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏହା ପଛରେ ଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଜନସେବା ପ୍ରତି ସମର୍ପଣ ହିଁ ଏହି ସଫଳତାର ମୂଳ ଆଧାର। ପ୍ରବଳ ଭିଡ଼, ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତି ଏବଂ ଦୀର୍ଘ ସମୟର ନିରବଚ୍ଛିନ୍ନ କାର୍ଯ୍ୟ ସତ୍ତ୍ୱେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ସ୍ୱାସ୍ଥ୍ୟ ଅଧିକାରୀ ନିଜ କର୍ତ୍ତବ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଭକ୍ତମାନଙ୍କୁ ତୁରନ୍ତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଥିବାରୁ ସେ ସମସ୍ତଙ୍କପ୍ରତି ଧନ୍ୟବାଦ ଜ୍ଞାପନ କରିଛନ୍ତି । ମାନ୍ୟବର ମନ୍ତ୍ରୀ ଓଡ଼ିଶା ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ୍, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆରଏଫ୍), ଶ୍ରୀ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ, ବିଦ୍ୟୁତ, ପାନୀୟ ଜଳ, ପରିବହନ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ରଥଯାତ୍ରାରେ ନିୟୋଜିତ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking