33.1 C
Bhubaneswar
Wednesday, July 29, 2026
Homeଓଡିଶାବନ୍ୟାରେ ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ: ୪ ମୃତ

ବନ୍ୟାରେ ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ: ୪ ମୃତ

ଭୁବନେଶ୍ୱର: ବନ୍ୟାରେ ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ । ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି । ବାଲେଶ୍ୱରର ୧୨, ଭଦ୍ରକର ୫ ଢେଙ୍କାନାଳର ୮ଟି ବ୍ଲକ ପ୍ରଭାବିତ ହୋଇଛି । ଯାଜପୁରର ୩, ମୟୁରଭଞ୍ଜର ୧୩, ସମ୍ବଲପୁରର ୩ ବ୍ଲକ ପ୍ରଭାବିତ ହୋଇଛି । ମୋଟ ୨୩୩ ପଞ୍ଚାୟତର ୭୪୮ ଗାଁ ପ୍ରଭାବିତ ନେଇ ସୂଚନା ମିଳିଛି । ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରାୟ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୮ ହଜାର ହେକ୍ଟର ଜମିରେ ମଧ୍ୟ ପାଣି ମାଡିଛି । ଏଯାଏଁ ୭୬୧ ଘର ଭାଙ୍ଗିଥିବା ନେଇ ସୂଚନା ଜାରି ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ୨୧୨ ରିଲିଫ କ୍ୟାମ୍ପ ଖୋଲିଛି । ବନ୍ୟା ପାଣିରେ ପ୍ରାୟ ୭ ହଜାର ୯୦୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । କେବଳ ଚାଷ ନୁହେଁ, ବନ୍ୟାରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ୭୬୧ଟି କଚା ଘର ଭାଙ୍ଗିଥିବା ରିପୋର୍ଟ ମିଳିଛି । ବନ୍ୟା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ଉଦ୍ଧାର କାର୍ଯ୍ୟ ସହ ରିଲିଫ୍ ଓ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଜାରି ରହିଛି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ପଦକ୍ଷେପ ନିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking