ଝାରସୁଗୁଡା: ଝାରସୁଗୁଡାରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷକୁ ଏନକାଉଣ୍ଟର କରିଛି ପୋଲିସ । ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ ନଦୀ ଘାଟରେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷଙ୍କ ଡାହାଣ ଗୋଡରେ ଗୁଳି ବାଜିଛି । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଙ୍କିତ ଘୋଷ ପୂର୍ବରୁ ହତ୍ୟା, ଡକାୟତି ସମେତ ମୋଟ ୭ଟି ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ଥିଲେ । ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଅଭିଯାନ ଚଳାଇ ଥିଲା ପୋଲିସ ଘଟଣାର ତଦନ୍ତ କରୁଛି ।










