28.5 C
Bhubaneswar
Saturday, July 25, 2026
Homeଓଡିଶାଜଟଣୀରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ

ଜଟଣୀରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ

ଜଟଣୀ: ଜଟଣୀରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା କରାଯାଇଥିବା ନେଇ ସନ୍ଦେହ । ଗତକାଲି ରାତ୍ରୀ ସମୟରେ ଘରୁ ତାଙ୍କର ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ୭୫ ବର୍ଷୀୟା ଶାନ୍ତିଲତା ପ୍ରଧାନ । ଜଟଣୀ ଥାନା ଅଧୀନସ୍ଥ ଉପରବସ୍ତ ଗ୍ରାମରେ ମହିଳା ଜଣଙ୍କ ଏକା ରହୁଥିଲେ ଏବଂ ତାଙ୍କ ପୁଅ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମେଡିକାଲରେ ଥିଲେ। ଗତକାଲି ଘରେ କେହି ନଥିବା ଏବଂ ବର୍ଷା ଲାଗିରହିଥିବାର ସୁଯୋଗ ନେଇ ଲୁଟେରା ଘରେ ପଶି ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ପରିବାରବର୍ଗଙ୍କଠାରୁ ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking