30.1 C
Bhubaneswar
Saturday, October 3, 2026
Homeଓଡିଶାରାଜ୍ୟ ବାହାରକୁ ଯିବାକୁ ହେଲେ ୨୧ ଦିନ ପୂର୍ବରୁ କରିବେ ଛୁଟି ଆବେଦନ

ରାଜ୍ୟ ବାହାରକୁ ଯିବାକୁ ହେଲେ ୨୧ ଦିନ ପୂର୍ବରୁ କରିବେ ଛୁଟି ଆବେଦନ

ଭୁବନେଶ୍ୱର : ବ୍ୟକ୍ତିଗତ କାରଣରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା କରୁଥିବା ସରକାରୀ କର୍ମଚାରୀ/ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିୟମ ଜାରି କରିଛି । ଏଣିକି ଓଡ଼ିଶା ବାହାରକୁ କିମ୍ବା ବିଦେଶ ଗସ୍ତ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍‌ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ। ଏହା ସହ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ମଞ୍ଜୁର କରାଇବା ସହ ସଦର ମହକୁମା (ହେଡ୍‌କ୍ୱାର୍ଟର୍ସ) ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ ହେବ। କେବଳ ଜରୁରୀ ପରିସ୍ଥିତିରେ ଏହି ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ ।ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା establishment officer ସାଗରିକା ହୋତାଙ୍କ ପକ୍ଷରୁ ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌, ବାଣିଜ୍ୟିକ କର ଓ ଜିଏସ୍‌ଟି କମିଶନର, ଏମ୍‌ଡିଆର୍‌ଏଫ୍‌ଏମ୍‌, ଆକାଉଣ୍ଟସ୍‌ କଣ୍ଟ୍ରୋଲର, ଲୋକାଲ୍‌ ଫଣ୍ଡ ଅଡିଟ୍‌, ଟ୍ରେଜେରୀ ଓ ଇନ୍ସପେକ୍ସନ୍‌ ନିର୍ଦ୍ଦେଶକଙ୍କ ସମେତ ଅର୍ଥ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଏହି ନିର୍ଦ୍ଦେଶ ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking