28.9 C
Bhubaneswar
Friday, July 24, 2026
Homeଓଡିଶାତାଳଧ୍ବଜ ପରେ ଗଡ଼ିଲା ଦର୍ପଦଳନ

ତାଳଧ୍ବଜ ପରେ ଗଡ଼ିଲା ଦର୍ପଦଳନ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ବାହୁଡ଼ାଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ଶ୍ରୀଜୀଉଙ୍କର ନବଦିନାତ୍ମକ ରଥଯାତ୍ରା ଆଜି ଶେଷ ହେବାକୁ ଯାଉଛି। ଜନ୍ମବେଦିରେ ଲୀଳାଖେଳା ସାରି ଆଜି ମହାପ୍ରଭୁ ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ବଡ଼ଠାକୁରଙ୍କର ତାଳଧ୍ବଜ ଗଡ଼ିବା ପରେ ଦର୍ପଦଳନ ମଧ୍ୟ ପଛେପଛେ ଅଗ୍ରସର ହୋଇଛି।

ଅପରାହ୍‌ ୪ଟା ୩୦ରେ ବଡ଼ଠାକୁରଙ୍କ ତାଳଧ୍ବଜକୁ ଭକ୍ତମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ। ରଥ ଉପରେ ‌ଗଜପତି ମହାରାଜା ଛେରାପହଁରା ନୀତି ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ କରିଥିଲେ। ତିନି ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କଲା ପରେ ଭକ୍ତମାନେ ହରିବୋଲ ସହିତ ଘଣ୍ଟ ବଜାଇ ତାଳଧ୍ବଜକୁ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking