30.6 C
Bhubaneswar
Tuesday, July 21, 2026
Homeଓଡିଶାବାହୁଡାରେ ଭିଜିବ ଶ୍ରୀକ୍ଷେତ୍ର !

ବାହୁଡାରେ ଭିଜିବ ଶ୍ରୀକ୍ଷେତ୍ର !

ଭୁବନେଶ୍ୱର: ପବିତ୍ର ବହୁଡ଼ା ଯାତ୍ରାରେ ଭିଜିବ ଶ୍ରୀକ୍ଷେତ୍ର। ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗାମୀ ଦିନରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବାକୁ ଯାଉଛି। ବିଶେଷ କରି ଆସନ୍ତା ୨୨ ତାରିଖରେ ଏକ ଘୂର୍ଣ୍ଣିବଳୟ ଏବଂ ୨୪ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ, ବହୁଡ଼ା ଯାତ୍ରା ସମୟରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।ଶରତ ସାହୁଙ୍କ ସୂଚନା ମୁତାବକ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳରେ ୨୨ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅନୁକୂଳ ପରିବେଶ ରହିଛି। ଏହାର ପ୍ରଭାବରେ ୨୪ ତାରିଖରେ ଏକ ଲଘୁଚାପ କ୍ଷେତ୍ର ତିଆରି ହେବ। ଫଳରେ ୨୨ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ଏବଂ ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଅବ୍ୟାହତ ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking