32 C
Bhubaneswar
Saturday, July 18, 2026
Homeଓଡିଶାଶିବ ମନ୍ଦିର ପୂଜକଙ୍କୁ ହତ୍ୟା

ଶିବ ମନ୍ଦିର ପୂଜକଙ୍କୁ ହତ୍ୟା

ବରଗଡ଼: ଶିବ ମନ୍ଦିର ପୂଜକଙ୍କୁ ହତ୍ୟା । ବରଗଡ଼ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଗଇଲଗୁଡା ଗାଁ ନିକଟସ୍ଥ ଏକ ଶିବ ମନ୍ଦିରର ପୂଜକଙ୍କୁ ହତ୍ୟା କରାଯାଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ପୂଜକ ହେଲେ ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ଗାଁର ୬୫ ବର୍ଷୀୟ ଖଗେଶ୍ୱର ମହାପାତ୍ର । ସେ ଦୀର୍ଘଦିନ ଧରି ଶିବ ମନ୍ଦିରରେ ରହି ପୂଜାର୍ଚ୍ଚନା କରୁଥିଲେ । ଶନିବାର ବାହାରକୁ ନଆସିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ।ପରେ ଲୋକମାନେ ମନ୍ଦିରକୁ ଯାଇ ଦେଖିବା ବେଳେ ଖଗେଶ୍ୱର ମହାପାତ୍ରଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିଥିଲେ । ତାଙ୍କ ବେକରେ ଗଭୀର ଆଘାତର ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଓ ବୁଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୈଜ୍ଞାନିକ ତଦନ୍ତ ସହ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସନ୍ଧାନରେ ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking