26.7 C
Bhubaneswar
Friday, July 17, 2026
Homeଓଡିଶାଜଙ୍ଗଲରେ ଦେଢ଼ ବର୍ଷର ଛୁଆ ହାତୀର ମୃତଦେହ ଠାବ

ଜଙ୍ଗଲରେ ଦେଢ଼ ବର୍ଷର ଛୁଆ ହାତୀର ମୃତଦେହ ଠାବ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବନଖଣ୍ଡ ଅନ୍ତର୍ଗତ କଣିହାଁ ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ସିପୁର ସେକ୍ସନ ଅଧୀନ କର୍ଣ୍ଣାପାଳ–ରଙ୍ଗିଆମୁଣ୍ଡା ଜଙ୍ଗଲରେ ପ୍ରାୟ ଦେଢ଼ ବର୍ଷ ବୟସର ଏକ ଅଣ୍ଡିରା ଛୁଆ ହାତୀର ଗଳିତ ମୃତଦେହ ଠାବ କରାଯାଇଛି । ଏହି ଘଟଣା ବନ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ାଇଛି । ଜଙ୍ଗଲ ମଧ୍ୟରେ ହାତୀଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଛୁଆ ହାତୀଟିର ମୃତ୍ୟୁ କେଉଁ କାରଣରୁ ଘଟିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରୋଗାକ୍ରାନ୍ତ ହୋଇ, କୌଣସି ଦୁର୍ଘଟଣାର ଶିକାର ହୋଇ କିମ୍ବା ଅନ୍ୟ କୌଣସି କାରଣରୁ ହାତୀଟିର ମୃତ୍ୟୁ ଘଟିଛି କି ନାହିଁ, ସେନେଇ ବନ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ମୃତ ହାତୀର ବ୍ୟବଚ୍ଛେଦ କରାଯିବା ସହ ନମୁନା ସଂଗ୍ରହ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଛୁଆ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking