26.7 C
Bhubaneswar
Friday, July 17, 2026
Homeଓଡିଶାସାପୁଆ ନଦୀରେ ବନ୍ୟା: ୫ ଫୁଟ ପାଣି ଉପରେ ବୁଡ଼ିଲା ପୋଲ

ସାପୁଆ ନଦୀରେ ବନ୍ୟା: ୫ ଫୁଟ ପାଣି ଉପରେ ବୁଡ଼ିଲା ପୋଲ

ଢେଙ୍କାନାଳ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ସାପୁଆ ନଦୀର ଜଳସ୍ତର ହଠାତ୍ ବଢ଼ିଯିବାରୁ ନଦୀ ଉପରେ ଥିବା ପୋଲ ଦେଇ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଏହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଢେଙ୍କାନାଳ ସହର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ବେଶ୍ ଗୁରୁତର ରହିଛି । ଅନୁଗୋଳ–ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥର ଚିନ୍ତାପୋଖରୀ ନିକଟରେ ପ୍ରାୟ ୩ ଫୁଟ ଉଚ୍ଚରେ ପାଣି ଜମି ରହିଛି। ଫଳରେ ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଗୋବିନ୍ଦପ୍ରସାଦ ନଦୀ ପୋଲ ଉପରେ ମଧ୍ୟ ୩ରୁ ୪ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି । କାକୁଡ଼ିଭଗ–ଗୋବିନ୍ଦପ୍ରସାଦ ରାସ୍ତାରେ ଘାଇ ସୃଷ୍ଟି ହେବାରୁ ଦୁଇଟି ଗ୍ରାମର ସଡ଼କ ସଂଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଜରୁରୀ ସେବା, ସ୍ୱାସ୍ଥ୍ୟସେବା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking