30.6 C
Bhubaneswar
Thursday, July 16, 2026
Homeଦେଶ ବିଦେଶଧାଡି ପହଣ୍ଡିରେ ଆସି ରଥାରୂଢ ଚତୁର୍ଦ୍ଧାମୂରତି

ଧାଡି ପହଣ୍ଡିରେ ଆସି ରଥାରୂଢ ଚତୁର୍ଦ୍ଧାମୂରତି

ପୁରୀ: ଆସିଯାଇଛି ସେହି ବହୁ ପ୍ରତୀକ୍ଷିତ ମୂହୂର୍ତ୍ତ । ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାରେ ଅନ୍ତ ଘଟାଇ ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂରତି । ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଆଜି ସୃଷ୍ଟି ହୋଇଛି ଏକ ଅଲୌକିକ ଓ ଦିବ୍ୟ ପରିବେଶ । ଧାଡି ପହଣ୍ଡିରେ ଭକ୍ତଙ୍କ ମେଳରେ ରତ୍ନବେଦୀରୁ ବାହାରି ଆସି ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି ତିନି ଠାକୁର ଓ ସୁଦର୍ଶନ । ତାଳଧ୍ୱଜ ରଥରେ ବଡଠାକୁର ବଳଭଦ୍ର , ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ବିରାଜମାନ ହୋଇଛନ୍ତି । ସୁଦର୍ଶନ ମଧ୍ୟ ଦର୍ପଦଳନ ରଥରେ ଆସନ ଗ୍ରହଣ କରିଛନ୍ତି । ମହାପ୍ରଭୁଙ୍କ ଏହି ଦିବ୍ୟ ରୂପକୁ ଦେଖିବା ପାଇଁ ବଡଦାଣ୍ଡରେ ଉମୁଡି ପଡିଛି ଜନସମୁଦ୍ର । ଜୟ ଜଗନ୍ନାଥ, ହରିବୋଲ , ଜୟ ମା ସୁଭଦ୍ରା ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଶ୍ରୀକ୍ଷେତ୍ର । ଏବେ ସମସ୍ତଙ୍କ ନଜର ରହିଛି ରଥଟଣା ଉପରେ । ଯେତେବେଳେ ମହାପ୍ରଭୁ ତାଙ୍କ ଭକ୍ତଙ୍କ ହାତରେ ରଥରେ ଚଢି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ , ସେହି ମହାକ୍ଷଣର ସାକ୍ଷୀ ହେବ ସମଗ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking