30.6 C
Bhubaneswar
Thursday, July 16, 2026
Homeଦେଶ ବିଦେଶଇସ୍ତଫା ଦେଲେ ଟିଏମସି ସାଂସଦ କୋଏଲ ମଲ୍ଲିକ

ଇସ୍ତଫା ଦେଲେ ଟିଏମସି ସାଂସଦ କୋଏଲ ମଲ୍ଲିକ

ନୂଆଦିଲ୍ଲୀ : ମମତା ବାନାର୍ଜୀଙ୍କୁ ଗୁରୁବାର ଆଉ ଏକ ବଡ ଝଟକା ମିଳିଛି। ମମତା ବାନାର୍ଜୀଙ୍କ ଦଳ ଟିଏମସି ପୁଣି ଏକ ବଡ଼ ଝଟକା ପାଇଛି। ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ଟିଏମସି ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ ଇସ୍ତଫା ଦେଇଛନ୍ତି। ସେ ଦଳରୁ ଇସ୍ତଫା ଦେବାରେ ଚତୁର୍ଥ ସାଂସଦ।ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ତାଙ୍କର ଇସ୍ତଫାପତ୍ର ଦାଖଲ କରିଛନ୍ତି। କୋଏଲ ମଲ୍ଲିକ ଏପ୍ରିଲରେ ଟିଏମସିରୁ ରାଜ୍ୟସଭା ସାଂସଦ ହୋଇଥିଲେ। ସୂତ୍ର ଅନୁସାରେ, ଟିଏମସି ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। କୋଏଲ ମଲ୍ଲିକଙ୍କ ଇସ୍ତଫା ପରେ ରାଜ୍ୟସଭାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦଙ୍କ ସଂଖ୍ୟା ନଅକୁ ହ୍ରାସ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking