28.7 C
Bhubaneswar
Thursday, July 16, 2026
Homeଓଡିଶା"ଭାବର ଠାକୁର" ପାଖରେ ଆଜି ଭକ୍ତଙ୍କ ବନ୍ଧା

“ଭାବର ଠାକୁର” ପାଖରେ ଆଜି ଭକ୍ତଙ୍କ ବନ୍ଧା

ପୁରୀ : ଓଡ଼ିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଯାହାଙ୍କୁ ଆମେ ଶ୍ରଦ୍ଧାରେ ‘କାଳିଆ ଠାକୁର’ ବୋଲି ଡାକିଥାଉ। ଜଗନ୍ନାଥ ସଂସ୍କୃତିରେ ଏକ ଲୋକପ୍ରିୟ ଉକ୍ତି ଅଛି – “ଭକ୍ତ ରଖେ ଚକାଆଖିକୁ, ଚକାଆଖି ରଖେ ଭକ୍ତକୁ”। ଏହାର ଅର୍ଥ ହେଉଛି, ଭଗବାନ ଜଗନ୍ନାଥ କେବଳ ଏକ କାଷ୍ଠ ମୂର୍ତ୍ତି ନୁହଁନ୍ତି, ବରଂ ସେ ହେଉଛନ୍ତି “ଭାବର ଠାକୁର”। ସେ ଭକ୍ତର ଶ୍ରଦ୍ଧା ଓ ଭକ୍ତିରେ ଏମିତି ବନ୍ଧା ଯେ ଭକ୍ତ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି।କାଳିଆ ଠାକୁର କୌଣସି ଜାତି, ଧର୍ମ, ବର୍ଣ୍ଣ କିମ୍ବା ଉଚ୍ଚ-ନୀଚ ଭେଦଭାବ ଦେଖନ୍ତି ନାହିଁ। ସେ କେବଳ ଭକ୍ତର ନିର୍ମଳ ହୃଦୟକୁ ଦେଖନ୍ତି। ଇତିହାସରେ ଏହାର ଅନେକ ପ୍ରମାଣ ରହିଛି। ଭକ୍ତ ସାଲବେଗଙ୍କ ପାଇଁ ସେ ବଡ଼ଦାଣ୍ଡରେ ରଥ ଅଟକାଇ ଦେଇଥିଲେ, ଦାସିଆ ବାଉରୀ ହାତରୁ ନଡ଼ିଆ ଗ୍ରହଣ କରିଥିଲେ ଏବଂ ଭକ୍ତ ବନ୍ଧୁ ମହାନ୍ତିଙ୍କ ପରିବାରର କ୍ଷୁଧା ମେଣ୍ଟାଇବା ପାଇଁ ରୁପା ଥାଳିରେ ଅନ୍ନ ଧରି ପହଞ୍ଚିଥିଲେ। ଏପରିକି ମା’ କର୍ମାବାଈଙ୍କ ହାତରୁ ଅଇଁଠା ଖେଚୁଡ଼ି ଖାଇବାକୁ ମଧ୍ୟ ସେ ପଛେଇ ନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking