28.7 C
Bhubaneswar
Thursday, July 16, 2026
Homeଓଡିଶାପହଣ୍ଡି ନୀତିର ଶୁଭାରମ୍ଭ: ବିଜେ କଲେ ଚକ୍ରରାଜ ସୁଦର୍ଶନ

ପହଣ୍ଡି ନୀତିର ଶୁଭାରମ୍ଭ: ବିଜେ କଲେ ଚକ୍ରରାଜ ସୁଦର୍ଶନ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସବୁଠୁ ଆକର୍ଷଣୀୟ ଏବଂ ଭାବବିହ୍ୱଳ କରୁଥିବା ପରମ୍ପରା ପହଣ୍ଡି ବିଜେ । ଶଙ୍ଖଧ୍ୱନି, ଘଣ୍ଟ, କାହାଳୀ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଛି ସମଗ୍ର ଶ୍ରୀକ୍ଷେତ୍ର । ପହଣ୍ଡି ନୀତିର ଶୁଭାରମ୍ଭ ହୋଇଛି ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ସହ । ପାରମ୍ପରିକ ପହଣ୍ଡି ଶୈଳୀରେ ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କ ଗହଣରେ ଆସୁଛନ୍ତି ପ୍ରଭୁ ସୁଦର୍ଶନ । ସେବାୟତମାନଙ୍କ କାନ୍ଧରେ ଝୁଲି ଝୁଲି ମହାପ୍ରଭୁଙ୍କ ଦିବ୍ୟ ଚକ୍ରରୂପ ଆଗକୁ ବଢ଼ୁଥିବା ଦୃଶ୍ୟ ଭକ୍ତମାନଙ୍କୁ ଭକ୍ତିରେ ବିଭୋର କରିଦେଇଛି ।ପହଣ୍ଡି ସମ୍ପନ୍ନ ପରେ ଚକ୍ରରାଜ ସୁଦର୍ଶନ ମା’ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ରେ ବିରାଜମାନ ହେବେ । ସୁଦର୍ଶନଙ୍କ ପହଣ୍ଡି ପରେ କ୍ରମାନୁସାରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହେବ । ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତି, ଆନନ୍ଦ ଓ ଆଧ୍ୟାତ୍ମିକତାର ଅପୂର୍ବ ସମନ୍ୱୟ ମଧ୍ୟରେ ଏବେ ସମସ୍ତଙ୍କ ନଜର ରହିଛି ପରବର୍ତ୍ତୀ ପହଣ୍ଡି ନୀତି ଏବଂ ମହାପ୍ରଭୁଙ୍କ ରଥାରୋହଣ ଉପରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking