28.4 C
Bhubaneswar
Tuesday, July 14, 2026
Homeଓଡିଶାଉଦଳା ବ୍ଲକ ଚେୟାରମ୍ୟାନଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ

ଉଦଳା ବ୍ଲକ ଚେୟାରମ୍ୟାନଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଚେୟାରମ୍ୟାନ ମଞ୍ଜୁଲତା ବିଶ୍ୱାଳଙ୍କୁ ବଡ଼ ଝଟକା । ଏକ ଚେକ୍ ବାଉନ୍ସ ମାମଲାରେ ଉଦଳା ଏସଡିଜେଏମ୍ (SDJM) କୋର୍ଟ ତାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜେଲ ଦଣ୍ଡ ସହିତ କୋର୍ଟ ତାଙ୍କ ଉପରେ ଆର୍ଥିକ ଜୋରିମାନା ମଧ୍ୟ ଲଗାଇଛନ୍ତି ।ମିଳିଥିବା ସୂଚନା ଅନୁସାରେ, ମଞ୍ଜୁଲତା ବିଶ୍ୱାଳ ପୂର୍ବରୁ କାହାଠାରୁ ୧୫ ଲକ୍ଷ ଟଙ୍କା ଉଧାର ନେଇଥିଲେ । ଏହି ଟଙ୍କା ପୈଠ କରିବା ପାଇଁ ସେ ଏକ ଚେକ୍ ପ୍ରଦାନ କରିଥିଲେ, କିନ୍ତୁ ବ୍ୟାଙ୍କରେ ଉକ୍ତ ଚେକ୍‌ଟି ବାଉନ୍ସ ହୋଇଯାଇଥିଲା । ଏହି ଘଟଣାକୁ ନେଇ କୋର୍ଟରେ ମାମଲା ଦାୟର ହୋଇଥିଲା ।

ସୋମବାର ଏହି ମାମଲାର ବିଚାର କରି ଏସଡିଜେଏମ୍ କୋର୍ଟ ଚେୟାରମ୍ୟାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ତାଙ୍କୁ ୬ ମାସ କାରାଦଣ୍ଡ ସହିତ ୧ ଲକ୍ଷ ୫୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଯଦି ଜୋରିମାନା ଟଙ୍କା ପୈଠ ନକରାଯାଏ, ତେବେ ତାଙ୍କୁ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ କୁହାଯାଇଛି । ଜଣେ ପ୍ରଭାବଶାଳୀ ଜନପ୍ରତିନିଧି ତଥା ବ୍ଲକ ଚେୟାରମ୍ୟାନଙ୍କ ବିରୋଧରେ କୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ରାୟ ପରେ ବ୍ଲକ ରାଜନୀତିରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking