32.1 C
Bhubaneswar
Monday, July 13, 2026
Homeଓଡିଶାମର୍ଣ୍ଣି ୱାକ ବେଳେ ଦୁର୍ଘଟଣାରେ ଯୁବକ ମୃତ

ମର୍ଣ୍ଣି ୱାକ ବେଳେ ଦୁର୍ଘଟଣାରେ ଯୁବକ ମୃତ

ପିପିଲି : ମର୍ଣ୍ଣି ୱାକ ବେଳେ ପଛରୁ ଗାଡି ଧକ୍କା ଦେବାରୁ ଜଣେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ନୂଆଶାସନ ଗ୍ରାମ୍ୟ ଛକ ନିକଟ ପେଟ୍ରୋଲ ଟାଙ୍କି ସମ୍ମୁଖରେ ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ସୁଶୀଲ ଷଡ଼ଙ୍ଗୀ (୩୫) ଓ ତାଙ୍କ ଘର ନୂଆଶାସନ ଗ୍ରାମର ଦକ୍ଷିଣସାହିରେ ହୋଇଥିବା ସୂଚନା ମିଳିଛି। ସେ ରାସ୍ତା କଡରେ ମର୍ଣ୍ଣି ୱାକ କରୁଥିବା ବେଳେ ପଛରୁ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବା ଫଳରେ ସେ ଛିଟିକି ଯାଇ ରାସ୍ତା କଡ଼ ଫେବର ବ୍ଲକରେ ନିର୍ମିତ ପାଦଚଲା ରାସ୍ତା ଉପରେ ପଡ଼ିଥିଲେ। ତାଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଘଟଣାସ୍ଥଳରେ ପହଂଚି ମୃତଦେହକୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡିଟି ସେଠାରୁ ଫେରାର ହୋଇଯାଇଥିବା ବେଳେ ତାକୁ ଜବତ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking