32.1 C
Bhubaneswar
Monday, July 13, 2026
Homeଦେଶ ବିଦେଶଖାନ ସାର୍ ଏବଂ ତାଙ୍କ ଦୁଇ ସୁରକ୍ଷାକର୍ମୀଙ୍କୁ ଜାମିନ

ଖାନ ସାର୍ ଏବଂ ତାଙ୍କ ଦୁଇ ସୁରକ୍ଷାକର୍ମୀଙ୍କୁ ଜାମିନ

ପାଟନା: ବିହାରର ପାଟନା ସିଭିଲ୍ କୋର୍ଟ ଫୈସଲ୍ ଖାନ ଓରଫ ଖାନ ସାର୍‌ଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି କରି ତାଙ୍କ ଜାମିନ ମଞ୍ଜୁର କରିଛନ୍ତି । । ଏହା ସହିତ ବେଉର ଜେଲରେ ଥିବା ତାଙ୍କର ଦୁଇ ସୁରକ୍ଷାକର୍ମୀଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି କରାଯାଇ ସେମାନଙ୍କ ଜାମିନ ପ୍ରଦାନ କରାଯାଇଛି । ତାଙ୍କ କୋଚିଂ ପ୍ରତିଷ୍ଠାନର ତିନି ଜଣ କର୍ମଚାରୀଙ୍କୁ ମଧ୍ୟ ଆଗୁଆ ଜାମିନ ମିଳିଛି । ୧୦ ଜୁଲାଇରେ ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ଶୁଣାଣି ୧୩ ଜୁଲାଇକୁ ସ୍ଥଗିତ ରଖାଯାଇଥିଲା । ରିପୋର୍ଟ ଅନୁସାରେ, ଜିଲ୍ଲା ଜଜ୍ ରୁପେଶ ଦେବଙ୍କ କୋର୍ଟ ଜାମିନର ବିଚାର କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ଖାନ ସାର୍‌ଙ୍କୁ ଆଇନଗତ ଆଶ୍ୱସ୍ତି ପ୍ରଦାନ କରିଛି।
କୋର୍ଟ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପୂର୍ବରୁ ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ପ୍ରଥମେ ଶୁକ୍ରବାର ଦିନ ନିର୍ଦ୍ଦେଶ ଆସିବାର ଆଶା କରାଯାଉଥିଲା, କିନ୍ତୁ ଜିଲ୍ଲା ଜଜ୍ ଉପଲବ୍ଧ ନଥିଲେ, ତେଣୁ ରାୟ ବିଳମ୍ବିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking