ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ଓଡ଼ିଶାରେ ସତର୍କତା । ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସୀମାନ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ବା CDMOମାନଙ୍କୁ ସତର୍କ ରହିବା ସହ ସନ୍ଦିଗ୍ଧ କରୋନା ରୋଗୀଙ୍କର ତୁରନ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ କରୋନା ନମୁନା ପରୀକ୍ଷାର ବ୍ୟବସ୍ଥା କରାଯିବ । ଲକ୍ଷଣ ଥିବା ଲୋକଙ୍କ ଉପରେ ବିଶେଷ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସୀମାନ୍ତ ଅଞ୍ଚଳରେ ଯାତାୟାତ ଉପରେ ମଧ୍ୟ ନଜର ରଖାଯାଉଛି । କରୋନାର ନୂଆ ସଂକ୍ରମଣକୁ ନେଇ ଲୋକଙ୍କୁ ସଚେତନ ରହିବା ସହ ସ୍ୱାସ୍ଥ୍ୟ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।










