34 C
Bhubaneswar
Sunday, July 12, 2026
Homeଅପରାଧନବମ ଶ୍ରେଣୀ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ; ଅଭିଯୁକ୍ତ ଅଟକ

ନବମ ଶ୍ରେଣୀ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ; ଅଭିଯୁକ୍ତ ଅଟକ

ଭଦ୍ରକ:ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତରେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି। ଘଟଣାଟି ଫତେପୁର ପଞ୍ଚାୟତର ଲେଞ୍ଜରା ଛକ ନିକଟରେ ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ଫତେପୁର ପଞ୍ଚାୟତର ଧର୍ମାଗତପୁର ଗ୍ରାମର ନିରଞ୍ଜନ ଜେନାଙ୍କ ପୁଅ ଦିଲ୍ଲିପ ଜେନା (୩୨) ଦୀର୍ଘଦିନ ଧରି ଉକ୍ତ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିଲେ। ଛାତ୍ରୀ ଏଥିରେ ରାଜି ନହେବାରୁ ସୋମବାର ସକାଳେ ସେ ସ୍କୁଲକୁ ଯାଉଥିବା ବେଳେ ଲେଞ୍ଜରା ଛକ ନିକଟରେ ତାଙ୍କୁ ଅଟକାଇ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଛାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସି ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି।ଘଟଣା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପଟେ, ସ୍ଥାନୀୟ ସୂତ୍ର ଅନୁସାରେ ଅଭିଯୁକ୍ତ ଯୁବକ ପୂର୍ବରୁ ଦୁଇଟି ବିବାହ କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking