ବାଲେଶ୍ବର: ବାଲେଶ୍ବର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୯ଟି ବିଏସ୍ସି ନର୍ସିଂ ପାଠ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନପାରିବା ଘଟଣା । ନର୍ସିଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ନୋଟିଫିକେସନ୍ ଜାରି କଲା ବିଶ୍ୱବିଦ୍ୟାଳୟ । ଦୁଇଦିନ ଧରି ଧାରଣା ଦେବା ପରେ ଗତକାଲି ଶିକ୍ଷାମନ୍ତ୍ରୀଙ୍କ ଗୋଡ଼ତଳେ ପଡ଼ିଯାଇଥିଲେ ଛାତ୍ରୀ । ଆଜି ୪ଟା ୩୦ ସୁଦ୍ଧା ଫର୍ମ ଫିଲପ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଣ୍ଟ୍ରୋଲର । ୪ ବର୍ଷର କୋର୍ସ ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ କୋର୍ସ ଫି’ ୬ରୁ ୮ ଲକ୍ଷ ଟଙ୍କା । ୯୦ ପ୍ରତିଶତ କୋର୍ସ ଫି କଲେଜ୍ ନେଇସାରିଥିବା ବେଳେ ୬ ବର୍ଷ ହେଲାଣି ପାଠପଢ଼ା ସରୁନି କି ପରୀକ୍ଷା ହେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ।










