କୋରାପୁଟ: କୋରାପୁଟ ସଦର ଥାନା ଅନ୍ତର୍ଗତ ଡଲିଆମ ବ୍ରିଜ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରକୁ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।ଏହା ଗତକାଲି ବିଳମ୍ବିତ ରାତିର ଘଟଣା । ମୃତ ଦୁଇ ଯୁବକଙ୍କ ଘର ଦଶମନ୍ତପୁର ବ୍ଲକ୍ ମାଚରା ନୂଆଗୁଡା ଗାଁରେ ବୋଲି ଜଣାଯାଇଛି।ଗୁରୁତରଙ୍କ ଘର କୋରାପୁଟ ସଦର ମହାଦେଇପୁଟ ଗାଁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଅାରମ୍ଭ କରିଛି।










