32.8 C
Bhubaneswar
Friday, July 10, 2026
Homeଓଡିଶାଫକୀର ମୋହନ ବିଶ୍ୱବିଦ୍ୟାଳୟରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା

ବାଲେଶ୍ବର: ରାତି ଅଧରେ ଧାରଣାରେ ବସିଲେ ଶତାଧିକ ନର୍ସିଂ ଛାତ୍ରଛାତ୍ରୀ । ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତଜେନା ପରିସ୍ଥିତି । ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଓ ନର୍ସିଂ ଛାତ୍ରଛାତ୍ରୀ ଠେଲାପେଲା । ୧୨ ଘଣ୍ଟା ପରେ ଘଟଣାସ୍ଥଳରେ ପରୀକ୍ଷା କଣ୍ଟ୍ରୋଲର ଓ କୁଳପତି ପହଞ୍ଚିବା ପରେ ମଧ୍ୟ ବାହାରିଲାନି ନିସ୍କର୍ସ । କୁଳପତି, ନର୍ସିଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଯୁକ୍ତି ତର୍କ । ସେ କିଛି କହିପାରିବେନି, ଗେଟ୍ ବାହାରକୁ ବାହାରନ୍ତୁ କଲେଜ ସହ ମୋର କଥାବାର୍ତ୍ତା ବୋଲି କହିଲେ କୁଳପତି । ୪ ବର୍ଷର କୋର୍ସ ହେଲେ ବିତିଲାଣି ୬ ବର୍ଷ ସରୁନି ପରୀକ୍ଷା ପାସ୍ ହୋଇପାରୁନାହାନ୍ତି ଛାତ୍ରଛାତ୍ରୀ ।

ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବାଲେଶ୍ଵର ଜିଲ୍ଲାର ୯ଟି ବିଏସସି ନର୍ସିଂ କଲେଜର ୩ଶହ ବିଦ୍ୟାର୍ଥୀ ୧୨ ଘଣ୍ଟାରୁ ଅଧିକ ସମୟ ଖରା ବର୍ଷାରେ ଧାରଣାରେ ବସିଥିଲେ । ଜିଲ୍ଲାର ବିଭିନ୍ନ କଲେଜରେ ୨୦୨୧-୨୨ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେମାନେ କେତେକ ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏହାଛଡ଼ା, ଆଗାମୀ ଦିନରେ ହେବାକୁ ଥିବା ଓଏସଏସଏସସି ପରୀକ୍ଷା ପାଇଁ ଆବେଦନ ଶେଷ ହେଉଥିବାରୁ ବିଦ୍ୟାର୍ଥୀମାନେ ଏହା ପୂର୍ବରୁ ବ୍ୟାକ ପେପର ସହ ସମସ୍ତ ସେମିଷ୍ଟର ପରୀକ୍ଷା ହେବା ସହ ରେଜିଷ୍ଟ୍ରେସନ ନମ୍ବର ଦେବାକୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking