ନୂଆଦିଲ୍ଲୀ : ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଟ୍ରମ୍ପଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରୁଛି ଇରାନ୍, ଆମେରିକାକୁ ଚେତାଇଲା ଇସ୍ରାଏଲ । ଦୁଇ ଦେଶ ମଧ୍ୟରେ ପୁଣିଥରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂଆ ରିପୋର୍ଟ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇସ୍ରାଏଲ ଆମେରିକାକୁ ଗୁପ୍ତଚର ସୂଚନା ପ୍ରଦାନ କରିବା ସହ ଚେତାବନୀ ଦେଇଛି । ଯେଉଁଥିରେ ଦାବି କରାଯାଇଛି ଯେ ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ନୂତନ ଷଡ଼ଯନ୍ତ୍ର ପ୍ରସ୍ତୁତ କରୁଛି । ଇସ୍ରାଏଲର ଏହି ଦାବି ଉପରେ ଅନୁସନ୍ଧାନ ଜାରି ରଖିଛି ସିଆଇଏ ।
୨୦୨୦ ମସିହାରେ ଆମେରିକୀୟ ଡ୍ରୋନ୍ ଆକ୍ରମଣରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡସ୍ କୁଦସ୍ ଫୋର୍ସର କମାଣ୍ଡର ଜେନେରାଲ କାସେମ ସୋଲେମାନୀଙ୍କ ହତ୍ୟା ପରଠାରୁ ଇରାନ ଲଗାତାର ଟ୍ରମ୍ପଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଆହ୍ୱାନ ଦେଇଆସୁଛି । ଇରାନର ସଦ୍ୟ ହତ୍ୟା ହୋଇଥିବା ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଟ୍ରମ୍ପ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ୨୦୨୦ ମସିହାରେ ଆମେରିକୀୟ ଡ୍ରୋନ୍ ଆକ୍ରମଣରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡସ୍ କୁଦସ୍ ଫୋର୍ସର କମାଣ୍ଡର ଜେନେରାଲ କାସେମ ସୋଲେମାନୀଙ୍କ ହତ୍ୟା ପରଠାରୁ ଇରାନ ଲଗାତାର ଟ୍ରମ୍ପଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଆହ୍ୱାନ ଦେଇଆସୁଛି । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଟ୍ରମ୍ପ ବିରୋଧୀ ସ୍ଲୋଗାନ ଶୁଭିଛି ।










