32.8 C
Bhubaneswar
Friday, July 10, 2026
Homeଓଡିଶାଅଣସର ଘରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ

ଅଣସର ଘରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ

ପୁରୀ: ଅଣସର ଘରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଅସୁସ୍ଥତା ପରେ ଚାଲିଥିବା ଗୁପ୍ତ ନୀତିକାନ୍ତି ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚକାବିଜେ ନୀତି । ସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରେ ରହି ଚିକିତ୍ସା ନୀତି ଗ୍ରହଣ କରୁଛନ୍ତି ଶ୍ରୀଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରା । ପରମ୍ପରା ଅନୁଯାୟୀ, ଏହି ସମୟରେ ଶ୍ରୀଜିଉଙ୍କୁ ବିଭିନ୍ନ ଔଷଧୀୟ ଉପଚାର କରାଯାଉଛି । ଆଜି ଚକାବିଜେ ନୀତି ସମ୍ପନ୍ନ ହେବା ସହ ଶ୍ରୀମନ୍ଦିରକୁ ଆସିବ ଦଶମୂଳ ମୋଦକ । ଏହି ଔଷଧୀୟ ମୋଦକ ମହାପ୍ରଭୁଙ୍କୁ ଲାଗି କରାଯିବ । ପରମ୍ପରା ଅନୁସାରେ , ଦଶମୂଳକ ମୋଦକ ସେବନ ପରେ ଶ୍ରୀଜିଉ ସମ୍ପୁର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି । ଏହା ପରେ ନବଯୌବନ ଦର୍ଶନ ଓ ପରବର୍ତ୍ତୀ ନୀତିକାନ୍ତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଶ୍ରୀଜିଉଙ୍କ ଏହି ଅଣସର ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ରହିଛି ଅପାର ଶ୍ରଦ୍ଧା ଓ ଉତ୍ସାହ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking