30.9 C
Bhubaneswar
Thursday, July 9, 2026
Homeଦେଶ ବିଦେଶକାର୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୭ ମୃତ, ୨ ଗୁରୁତର

କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୭ ମୃତ, ୨ ଗୁରୁତର

କର୍ଣ୍ଣାଟକ: କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଧାରୱାଡୁ ଧର୍ମସ୍ଥଳ ଓ ଚିକମାଗାଲୁର ଅଭିମୁଖେ ଯାଉଥିବା ଏକ କାର, ଲରି ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ୟେଲ୍ଲାପୁର ପୋଲିସ ଷ୍ଟେସନ ସୀମା ମଧ୍ୟରେ ଥିବା ଜାତୀୟ ରାଜପଥ- ୫୨ ର ଆରବାଇଲ ଘାଟି ଅଞ୍ଚଳରେ ବାଲାଗାରା କ୍ରସ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ହୁବଲସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଯେଉଁଠାରେ ସେମାନଙ୍କ ଚିକିତ୍ସା ଜାରି ହୋଇଛି । ସୂଚନା ଅନୁଯାୟୀ, ଗାଡିରେ ଚାଳକଙ୍କ ସମେତ ମୋଟ ୯ ଜଣ ଯାତ୍ରୀ ଥିଲେ ଏବଂ ଗାଡି ଚାଳକ ଜଣକ ଅତି ଦ୍ରୁତ ଓ ବେପରୁଆ ଭାବେ ଗାଡି ଚଳାଉଥିଲେ । ରାସ୍ତାର ଏକ ବାଙ୍କରେ ସେ ଗାଡି ଉପରୁ ନିୟନ୍ତ୍ରଣ ହରାଇ ଭୁଲ ପାଶ୍ୱର୍କୁ ଚାଲିଯାଇଥିଲେ । ଏବଂ ସାମ୍ନା ପଟୁ ଆସୁଥିବା ଏକ ଲରି ସହ ପିଟି ହୋଇଥିଲେ । ଧକ୍କା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୁର୍ଣ୍ଣ ଭାବେ ଚୂରମାର ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking