କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବାରୁଇପୁରରେ ଜଣେ ନାବାଳିକାଙ୍କୁ ନାବାଳିକା ଏବଂ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରଭାସ ମଣ୍ଡଳକୁ ଏନକାଉଣ୍ଟର କଲା ପଶ୍ଚି ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ପଚରାଉଚରା ସମୟରେ ପୋଲିସ ହାଜତରୁ ଖସିଯିବାକୁ ଚେଷ୍ଟା କରୁଥିଲା।ସୂଚନା ଅନୁଯାୟୀ, ୧୧ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ୪ ଅଭିଯୁକ୍ତ। ବାରୁଇପୁର ଅଞ୍ଚଳରେ ସିନ ରିକ୍ରିଏସନ ବେଳେ ପ୍ରଭାସ ମଣ୍ଡଳ ଜଣେ ପୋଲିସ କର୍ମଚାରୀଙ୍କ ରାଇଫଲ ଛଡାଇ ନେଇଥିଲା। ପୋଲିସ ଏବଂ ଅଭିଯୁକ୍ତ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ପ୍ରଭାସ ଗୁଳିରେ ଆହତ ହୋଇଥିଲେ। ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ।
ଜୁଲାଇ ୪ ତାରିଖରେ ବାରୁଇପୁରରେ ଜଣେ ୧୧ ବର୍ଷୀୟା ଝିଅ ନିଖୋଜ ହୋଇଯାଇଥିଲା। ଜୁଲାଇ ୫ ତାରିଖରେ ତାଙ୍କ ମୃତଦେହ ଏକ ପୋଖରୀରୁ ମିଳିଥିଲା। ପୋଷ୍ଟମର୍ଟମରେ ଦୁଷ୍କର୍ମ ବୋଲି ଜଣାପଡିଥିଲା। ଫଳରେ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ହୋଇଥିଲା। ପୋଲିସ ଏହି ଘଟଣାର ଛାନବିନ କଲା ପରେ ଜାଣିବାକୁ ପାଇଥିଲା ଯେ ଏହା ଏକ ଦୁଷ୍କର୍ମ ଏବଂ ହତ୍ୟା ମାମଲା। ଏହି ହତ୍ୟା ଅଭିଯୋଗରେ ପ୍ରଭାସଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଅନ୍ୟ ଅଭିଯୁକ୍ତ ହେଉଛନ୍ତି ଆନନ୍ଦ ସର୍ଦ୍ଦାର। ପୋଲିସ ଗୁଳିରେ ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳର ଏବେ ମୃତ୍ୟୁ ଘଟିଛି।










