ବରଗଡ଼: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।ସୂଚନା ଅନୁଯାୟୀ, କନସିଂହା ଗ୍ରାମର ରାଜ ମଲ୍ଲିକ ଓ ଗଣେଶ ଡୁଡୁକା ମଙ୍ଗଳବାର ଝାଞ୍ଜ ପାହାଡ଼ ନିକଟସ୍ଥ କୁଠିଖୋଲ ଅଞ୍ଚଳକୁ ଯାଇଥିବା ବେଳେ ବାଟବଣା ହୋଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ସହ କୌଣସି ଯୋଗାଯୋଗ ନ ହେବାରୁ ପରିବାର ପକ୍ଷରୁ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଖବର ପାଇବା ପରେ ବନ ବିଭାଗ, ଅଗ୍ନିଶମ ବିଭାଗ ଏବଂ ଡିଭିଏଫ୍ ଟିମ୍ ମିଳିତ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଲଗାତର ପ୍ରାୟ ୨୦ ଘଣ୍ଟା ଧରି ଚାଲିଥିବା ଖୋଜାଖୋଜି ପରେ ଉଭୟ ଯୁବକଙ୍କୁ ଛତିଶଗଡ଼ ସୀମାନ୍ତସ୍ଥ ବନୁଭଟା ଗ୍ରାମରୁ ସୁରକ୍ଷିତ ଉଦ୍ଧାର କରାଯାଇଛି।










