31.7 C
Bhubaneswar
Wednesday, July 8, 2026
Homeଓଡିଶାଫରେଷ୍ଟ୍ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଫରେଷ୍ଟ୍ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦ୍ରାପଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ୍ ରେଞ୍ଜର ରବୀନ୍ଦ୍ର ନାୟକଙ୍କ ଘର ଉପରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ । ଭିଜିଲାନ୍ସର ଏକାଧିକ ଟିମ୍ ଏକକାଳୀନ କଟକ ଓ କେନ୍ଦ୍ରାପଡ଼ାର ଚାରିଟି ସ୍ଥାନରେ ତଲାସି ଅଭିଯାନ ଚଳାଇଛନ୍ତି । ରେଞ୍ଜରଙ୍କ ବାସଭବନ ସମେତ ଅନ୍ୟାନ୍ୟ ସମ୍ପତ୍ତିର ଦସ୍ତାବିଜ, ବ୍ୟାଙ୍କ ଖାତା, ନଗଦ ଅର୍ଥ ଓ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ କରାଯାଉଛି । ଚଢ଼ାଉବେଳେ କଟକର ବାରଙ୍ଗ ଅଞ୍ଚଳର ଗୋଡ଼ିସାହିରେ ଥିବା ଏକ ବିଶାଳ ଚାରି ମହଲା କୋଠା ଠାବ କରାଯାଇଛି । ଏହି କୋଠାର ମାଲିକାନା ଓ ନିର୍ମାଣରେ ବ୍ୟୟ ହୋଇଥିବା ଅର୍ଥର ଉତ୍ସ ନେଇ ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ କରୁଛନ୍ତି ।ଏହା ସହିତ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ସମ୍ପତ୍ତି ସମ୍ବନ୍ଧୀୟ ଦସ୍ତାବିଜ ଯାଞ୍ଚ ଜାରି ରହିଛି । ଚଢ଼ାଉ ସମୟରେ ମିଳୁଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ରେଞ୍ଜରଙ୍କ ଆୟ ଓ ସମ୍ପତ୍ତିର ହିସାବ ମେଳ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି । ଚଢ଼ାଉ ଶେଷ ହେବା ପରେ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ଏବଂ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ଅଭିଯୋଗରେ ପରବର୍ତ୍ତୀ ପଦକ୍ଷେପ କଣ ହେବ, ସେନେଇ ଭିଜିଲାନ୍ସ ପକ୍ଷରୁ ସବିଶେଷ ସୂଚନା ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking