25.6 C
Bhubaneswar
Saturday, July 4, 2026
Homeଓଡିଶାଅଟୋକୁ ଧକ୍କା ଦେଲା ଟ୍ରକ୍: ବାପା, ପୁଅ ମୃତ

ଅଟୋକୁ ଧକ୍କା ଦେଲା ଟ୍ରକ୍: ବାପା, ପୁଅ ମୃତ

କରଞ୍ଜିଆ : ଅଟୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ମାଆ ଗୁରୁତର ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ।ସୂଚନାଯୋଗ୍ୟ ଯେ, ଅଟୋକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ହୋଇଛନ୍ତି । କରଞ୍ଜିଆ ମେଡିକାଲରୁ ନିଜ ଛୁଆକୁ ଡାକ୍ତରଙ୍କୁ ଦେଖାଇ ନିଜ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗ୍ରାମକୁ ଯିବାବେଳେ କାଳିକାପୁର ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋରେ ବାପ, ମାଆ, ପୁଅ ଥିଲେ । ଡ୍ରାଇଭର ବି ଗୁରୁତର ହୋଇଥିବା ଜଣା ପଡିଛି । ଗୁରୁତର ମାଆକୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ପିତା ଗାନସା କିସ୍କୁ ଓ ନାବାଳକ ପୁଅ ରାମରାଜ କିସ୍କୁ ବୋଲି ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking