କେନ୍ଦୁଝର:କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ଆଜି ଏକ ନବନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଦୁଇଜଣେ ଶ୍ରମିକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଥିବା ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ମୃତକଙ୍କ ପରିଚୟ ବାବର୍ ଶେଖ୍ ବୋଲି ଚିହ୍ନଟ ହୋଇଥିବାବେଳେ ଗୁରୁତର ଆହତ ଶ୍ରମିକ ମିଟୁ ଶେଖ୍ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ପଶ୍ଚିମବଙ୍ଗର ଜଂଘିପୁର ଗ୍ରାମରେ ବୋଲି ସୂଚନା ମିଳିଛି।ଏହି ଘର ନିର୍ମାଣ କାର୍ଯ୍ୟ ଠିକାଦାର ଏସ. କେ. ସମିମଙ୍କ ତତ୍ତ୍ୱାବଧାନରେ ଚାଲିଥିବା ବେଳେ ଅଘଟଣା ଘଟିଛି।ଘଟଣା ସ୍ଥଳରେ କେନ୍ଦୁଝର ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










