26.7 C
Bhubaneswar
Saturday, July 4, 2026
Homeଓଡିଶାଠେଙ୍ଗାରେ ପିଟିପିଟି ଜଣଙ୍କୁ ହତ୍ୟା: ୩ ଗୁରୁତର

ଠେଙ୍ଗାରେ ପିଟିପିଟି ଜଣଙ୍କୁ ହତ୍ୟା: ୩ ଗୁରୁତର

ପାଟଣାଗଡ଼: ପାଟଣାଗଡ଼ରେ ଠେଙ୍ଗାରେ ପିଟିପିଟି ଜଣଙ୍କୁ ହତ୍ୟା, ୩ ଗୁରୁତର । ପାଟଣାଗଡ଼ ଥାନା ମଳିକମୁଣ୍ଡା ଗାଁରେ ଜଘନ୍ୟ ହତ୍ୟା । ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ଯୁବକଙ୍କ ସହ ଝିଅର ବିବାହ କରିବାକୁ ମନା କରିବାରୁ ଉତ୍ତେଜିତ ହୋଇ ଘର ଲୋକଙ୍କ ଉପରେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ହେଉଛନ୍ତି ବିନୋଦ ସାହୁ । ହତ୍ୟା କରିଥିବା ବ୍ୟକ୍ତି ତୁରେକେଲା ବ୍ଲକ୍ ରାମୁଡ ଗାଁର ସୁରେନ୍ଦ୍ର ସାହୁ ।  ଘଟଣା ପରେ ଅଭିଯୁକ୍ତ ଓ ତାଙ୍କ ମାଆ ଫେରାର ଥିବା ସୂଚନା ମିଳିଛି । ପାଟଣାଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking