33.3 C
Bhubaneswar
Thursday, July 2, 2026
Homeଓଡିଶାଆସନ୍ତା ୭ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଆସନ୍ତା ୭ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୭ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ। ରାଜ୍ୟର ବାକି ସ୍ଥାନରେ ବି ଭୀଷଣ ବର୍ଷିବ। ପାଣିପାଗ ବିଭାଗ ଏଭଳି ଆଶା ଦେଖାଇଛି । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ୩ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ମୌସୁମୀ ସକ୍ରିୟ ହେବ । ପୂରା ଓଡ଼ିଶାରେ ବର୍ଷା ଢାଳିବ । ଗୁରୁବାରଠାରୁ ଲଗାଣ ବର୍ଷା ଚାଲିବ । ମୟୂରଭଞ୍ଜ ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ ।

୩ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୪ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ । ୫ ତାରିଖରେ ଏହି ସବୁ ସ୍ଥାନ ସମେତ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ୭ ତାରିଖ ଯାଏ ବର୍ଷା ଜାରି ରହିବ ।

ଗତ ୨୪ ଘଣ୍ଟାରେ ବୌଦ୍ଧରେ ପ୍ରବଳ ବର୍ଷା ହୋଇଛି । ଏଠାରେ ୧୬୮ମିମି ବର୍ଷା ରେକର୍ଡ ହୋଇଛି । ଅନୁଗୁଳରେ ୯୨, ଜଗତସିଂହପୁରରେ ୬୦, ଫୁଲବାଣୀରେ ୫୯, ନୟାଗଡ଼ରେ ୫୩, ଦେବଗଡ଼ରେ ୫୨, ପୁରୀରେ ୪୬.୯, ଭୁବନେଶ୍ୱରରେ ୪୪, ବଲାଙ୍ଗୀରରେ ୪୦, ଭବାନୀପାଟଣାରେ ୩୫.୪ ମିମି ବର୍ଷା ରେକର୍ଡ ହୋଇଛି । ବୁଧବାର ସକାଳରୁ ସନ୍ଧ୍ୟା ଭିତରେ କେନ୍ଦୁଝରରେ ୪୯, ବୌଦ୍ଧରେ ୨୭, ସୋନପୁରରେ ୨୫, ନବରଙ୍ଗପୁରରେ ୧୧.୬ ମିମି ବର୍ଷା ରେକର୍ଡ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking