34.4 C
Bhubaneswar
Thursday, July 2, 2026
Homeଓଡିଶାହୀରାକୁଦରେ ଜଳସ୍ତର ହ୍ରାସ: କମୁଛି ବିଦ୍ୟୁତ୍ ଉତ୍ପାଦନ

ହୀରାକୁଦରେ ଜଳସ୍ତର ହ୍ରାସ: କମୁଛି ବିଦ୍ୟୁତ୍ ଉତ୍ପାଦନ

ସମ୍ବଲପୁର: ହୀରାକୁଦ ଡ୍ୟାମରେ ବର୍ଷା ଅଭାବର ପ୍ରଭାବ ସ୍ପଷ୍ଟ ହେବାକୁ ଲାଗିଛି। ଜଳସ୍ତର କମିବା ସହିତ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ କମୁଥିବା ରିପୋର୍ଟ ମିଳିଛି । ସୂଚନା ଅନୁଯାୟୀ, ହୀରାକୁଦ ଡ୍ୟାମର ବର୍ତ୍ତମାନ ଜଳସ୍ତର ୬୦୦.୬୫ ଫୁଟ୍ ରହିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୦.୩୫ଫୁଟ୍ କମ୍ । ବର୍ଷା ଅଭାବରୁ ଆଗାମୀ ଦିନରେ ଜଳସ୍ତର ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି । ଏହି ପରିସ୍ଥିତିରେ ହୀରାକୁଦ ଜଳବିଦ୍ୟୁତ କେନ୍ଦ୍ରରେ ବିଦ୍ୟୁତ୍ ଉତ୍ପାଦନ କମିବା ଆରମ୍ଭ ହୋଇଛି ।ଆଜି ବରଗଡ଼ କେନାଲ ପାଇଁ ପାଣି ଛଡ଼ାଯିବାରୁ ଉତ୍ପାଦନ ଆହୁରି ପ୍ରଭାବିତ ହେବା ସମ୍ଭାବନା ରହିଛି । ଏହି ସମ୍ପର୍କରେ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା କହିଛନ୍ତି ଯେ, ଆଗାମୀ ୧୫ ଦିନ ମଧ୍ୟରେ ପର୍ଯ୍ୟାପ୍ତ ବର୍ଷା ନ ହେଲେ ଜଳସ୍ଥିତି ଆହୁରି ଚିନ୍ତାଜନକ ହୋଇପାରେ । ବିଶେଷଜ୍ଞଙ୍କ ମତରେ ଜଳସ୍ତର ହ୍ରାସ ଜଳବିଦ୍ୟୁତ ଉତ୍ପାଦନ ଓ କୃଷି ଉଭୟକୁ ପ୍ରଭାବିତ କରିପାରେ । ତେଣୁ ଆଗାମୀ ଦିନର ବର୍ଷାକୁ ନେଇ ସମସ୍ତଙ୍କ ଆଶା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking