32.4 C
Bhubaneswar
Wednesday, July 1, 2026
Homeଓଡିଶାସମସ୍ତ ବ୍ରିଜ୍‌ର ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ: ୪ ଜୁଲାଇ ସୁଦ୍ଧା ରିପୋର୍ଟ ଦାଖଲ

ସମସ୍ତ ବ୍ରିଜ୍‌ର ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ: ୪ ଜୁଲାଇ ସୁଦ୍ଧା ରିପୋର୍ଟ ଦାଖଲ

ଭୁବନେଶ୍ୱର: ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ । ମୁଖ୍ୟ ଶାସନ ସଚିବଙ୍କୁ ଦିଆଯିବ ରିପୋର୍ଟ । ଜୁଲାଇ ୪ ତାରିଖ ସୁଦ୍ଧା ରିପୋର୍ଟ ତଲବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୂର୍ତ୍ତ ବିଭାଗର ଇଞ୍ଜିନିୟର -ଇନ-ଚିଫ ଲକ୍ଷ୍‌ମୀକାନ୍ତ ପାଢୀ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ପୁରୁଣା ବ୍ରିଜ ଗୁଡିକ ଭୁଶୁଡିବା ଘଟଣାକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଓଡିଶା ସରକାର ରାଜ୍ୟର ସମସ୍ତ ବ୍ରିଜର ଢାଞ୍ଚାଗତ ସୁରକ୍ଷା ଆକଳନକୁ ଗୁରୁତ୍ୱ ଦେଇଛନ୍ତି । ମୌସୁମୀ ସମୟରେ ବ୍ରିଜଗୁଡିକର ସୁରକ୍ଷା ଓ ଅପ୍ରତିହତ ଯାତାୟତ କରିବା ପାଇଁ ଏକ ବିସ୍ତୃତ ଡାଟାବେସ ପ୍ରସ୍ତୁତ କରିବାକୁ ଚିଠିରେ କୁହାଯାଇଛି । ଜୁଲାଇ ୪ ତାରିଖ ସୁଦ୍ଧା ସମସ୍ତ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟକୁ ଦାଖଲ କରାଯିବ । ଏହା ଏକ ଉଚ୍ଚ ସ୍ତରୀୟ ସରକାରୀ ନିର୍ଦ୍ଦେଶ ହୋଇଥିବାରୁ ସୁରକ୍ଷା ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ସାମାନ୍ୟ ତ୍ରୁଟି ଥିଲେ ତୁରନ୍ତ ମରାମତି ଏବଂ ଗୁରୁତର ସମସ୍ୟା ଥିଲେ ବିଶେଷଜ୍ଞଙ୍କ ଦ୍ୱାରା ତୁରନ୍ତ ଯାଞ୍ଚ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking