30 C
Bhubaneswar
Tuesday, June 30, 2026
Homeଓଡିଶାଏମକେସିଜି ଷ୍ଟୋରରେ ଦାମୀ ଇଞ୍ଜେକ୍ସନ ହେରଫେର

ଏମକେସିଜି ଷ୍ଟୋରରେ ଦାମୀ ଇଞ୍ଜେକ୍ସନ ହେରଫେର

ବ୍ରହ୍ମପୁର: ଏମକେସିଜି ମେଡିକାଲ ଷ୍ଟୋରରେ ଦାମୀ ଇଞ୍ଜେକ୍ସନ ହେରଫେର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣା ପରେ ଷ୍ଟୋର ପରିଚାଳନା ଦାୟିତ୍ୱରୁ ଷ୍ଟୋର ମେଡିକାଲ ଅଫିସର (SMO) କୁ ହଟାଯାଇଛି । ସେହିପରି ସମ୍ପୃକ୍ତ ଫାର୍ମାସି ଅଫିସରଙ୍କୁ ମଧ୍ୟ ଷ୍ଟୋର ଦାୟିତ୍ୱରୁ ହଟାଯିବାକୁ ନିଷ୍ପତ୍ତି ହୋଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଉଟସୋର୍ସିଂ ଆଟେଣ୍ଡାଣ୍ଟଙ୍କୁ ବହିଷ୍କୃତ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଏହାସହ ନଷ୍ଟ ହୋଇଥିବା ଇଞ୍ଜେକ୍ସନର ମୂଲ୍ୟ ସମ୍ପୃକ୍ତ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କ ଠାରୁ ଆଦାୟ କରାଯିବ ।ଘଟଣାର ଗଭୀର ତଦନ୍ତ ପାଇଁ ଗଠିତ କମିଟି ଉଭୟ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସ ବିରୋଧରେ ବିଭାଗୀୟ ତଦନ୍ତ ସୁପାରିସ କରିଛି । ସୂଚନା ଅନୁସାରେ, ଏପ୍ରିଲ ମାସରେ ଷ୍ଟୋର ଡଷ୍ଟବିନରୁ ୨୧ଟି ଇନ୍ସୁଲିନ୍ ଗ୍ଲାର୍ଜିନ୍ ଇଞ୍ଜେକ୍ସନ ମିଳିଥିଲା। ପ୍ରତିକୂଳ ତାପମାତ୍ରାରେ ରଖାଯାଇଥିବାରୁ ସମସ୍ତ ଇଞ୍ଜେକ୍ସନ ନଷ୍ଟ ହୋଇଥିବା ତଦନ୍ତରେ ଜଣାପଡ଼ିଛି । ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ୮୬୯ ଟଙ୍କା ଥିଲା । ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରେଜିଷ୍ଟ୍ରାରଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ କମିଟି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରିଥିଲା ଏବଂ ଏହି ସୁପାରିସ ଦେଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking