30 C
Bhubaneswar
Tuesday, June 30, 2026
Homeଓଡିଶାଜ୍ୱରରେ ପୀଡ଼ିତ ଶ୍ରୀଜିଉ: ଆଜିଠୁ ଅଣସର ଦର୍ଶନ

ଜ୍ୱରରେ ପୀଡ଼ିତ ଶ୍ରୀଜିଉ: ଆଜିଠୁ ଅଣସର ଦର୍ଶନ

ପୁରୀ: ଅତ୍ୟଧିକ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ଆଜିଠୁ ଅଣସର ଦର୍ଶନ। ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତ ମାନଙ୍କ ଗହଳିଚହଳି । ଆଜି ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ସେଥିପାଇଁ ଅଲାରନାଥଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ୭ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି ।୫୦ରୁ ଅଧିକ ସିସିଟିଭି ଲଗାଯାଇଛି । ବିଶ୍ୱାସ ରହିଛି ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ । ଚୈତନ୍ୟ ପରମ୍ପରା ସହିତ ଜଡିତ ଅଲାରନାଥ ମନ୍ଦିର ଅଣସର ସମୟରେ ଉତ୍ସବ ମୁଖର ହୋଇଛି । ଏହି ୧୫ ଦିନ ସ୍ୱତନ୍ତ୍ର ନୀତିକାନ୍ତି ସହିତ ସ୍ୱତନ୍ତ୍ର ପ୍ରସ୍ତୁତରେ ଧାଡି ଦର୍ଶନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking