36 C
Bhubaneswar
Monday, June 29, 2026
Homeଓଡିଶାସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଭକ୍ତିର ମହାସମୁଦ୍ର

ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଭକ୍ତିର ମହାସମୁଦ୍ର

ପୁରୀ: ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ମର୍ତ୍ତ୍ୟ ବୈକୁଣ୍ଠ ପୁରୀରେ ଭକ୍ତି ଓ ଆସ୍ଥାର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଛି । ସ୍ନାନବେଦିରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ବଡ଼ଦାଣ୍ଡଠାରୁ ସ୍ନାନମଣ୍ଡପ ପର୍ଯ୍ୟନ୍ତ ସବୁଠି କେବଳ ଭକ୍ତଙ୍କ ଭିଡ଼, ହରିନାମ ସଂକୀର୍ତ୍ତନ ଓ “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ । ସ୍ନାନଯାତ୍ରାର ସବୁଠୁ ଆକର୍ଷଣୀୟ ନୀତି ହେଉଛି ସାହାଣମେଲା ଦର୍ଶନ । ବର୍ଷର କେତେକ ବିରଳ ଅବସର ମଧ୍ୟରୁ ଏହା ଅନ୍ୟତମ, ଯେତେବେଳେ ଭକ୍ତମାନେ ଅତି ନିକଟରୁ ମହାପ୍ରଭୁଙ୍କ ଦିବ୍ୟ ରୂପକୁ ଦର୍ଶନ କରିବାର ସୌଭାଗ୍ୟ ପାଆନ୍ତି । ଏହି ଦର୍ଶନ ପାଇଁ ସକାଳଠାରୁ ଶ୍ରଦ୍ଧାଳୁମାନେ ଧୈର୍ଯ୍ୟର ସହ ଧାଡ଼ିରେ ଅପେକ୍ଷା କରୁଛନ୍ତି ।କାହା ହାତରେ ତୁଳସୀ, କାହା ହାତରେ ନଡ଼ିଆ, ଆଉ କାହା ଆଖିରେ କେବଳ ପ୍ରଭୁଙ୍କୁ ଦେଖିବାର ଅପାର ଆକାଂକ୍ଷା । ସାହାଣମେଲାରେ ପ୍ରଭୁଙ୍କ ଦର୍ଶନ କରିବା ପରେ ଅନେକ ଭକ୍ତ ଭାବବିହ୍ୱଳ ହୋଇପଡ଼ୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking