32.7 C
Bhubaneswar
Saturday, June 27, 2026
Homeଓଡିଶାପୀତବାସ ପଣ୍ଡା ହତ୍ୟା ଘଟଣା: କାଳୁଆ ଯାତ୍ରାରେ ହୋଇଥିଲା ପ୍ଲାନ୍‌

ପୀତବାସ ପଣ୍ଡା ହତ୍ୟା ଘଟଣା: କାଳୁଆ ଯାତ୍ରାରେ ହୋଇଥିଲା ପ୍ଲାନ୍‌

ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ପୀତବାସଙ୍କୁ ହତ୍ୟା କରିବା ପାଇଁ ବିଜିପୁର କାଳୁଆ ଯାତ୍ରାରେ ପ୍ଲାନ ହୋଇଥିବା ଖୁଲାସା ହୋଇଛି । ଚାର୍ଜସିଟରେ ଉଲ୍ଲେଖ ଥିବା ଦୁଇ ସାକ୍ଷୀଙ୍କ ବୟାନ ଆଧାରରେ ଏହି ତଥ୍ୟ ବାହାରକୁ ଆସିଛି ।ଗୁରୁବାର ୩୯୬ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଏଡିଜି-୩ କୋର୍ଟରେ ଦାଖଲ କରିଥିଲା ପୋଲିସ । ପୋଲିସ ନିକଟରେ ଦୁଇ ଜଣ ସାକ୍ଷୀ ଦେଇଥିବା ବୟାନରେ ଉଲ୍ଲେଖ ରହିଛି ଯେ, ବିଜିପୁରର କାଳୁଆ ଯାତ୍ରା ଚାଲିଥିବା ସମୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ, ବିଜେଡି ନେତା ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ, ଶୂନ୍ୟ ଚନ୍ଦ୍ର ଦାସ ସେଠାରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ନେଇ ମାଷ୍ଟର ପ୍ଲାନ କରିଥିଲେ । ବିକ୍ରମ ପଣ୍ଡା ମଦନ ଦଳେଇ, ମଳୟ ବିଷୋୟୀ, ପିଣ୍ଡୁ ଦାସଙ୍କୁ କହୁଥିଲେ କି ୬ରୁ ୭ ମାସ ହେଲାଣି ଗୋଟିଏ କାମ କରିପାରୁନ । ଏହା ପରେ ମଦନ, ମଳୟ, ପିଣ୍ଟୁ କହିଥିଲେ ଯେ, ଏହି କୁମାର ପୂର୍ଣ୍ଣିମା ଦିନ ପୀତବାସ ପଣ୍ଡାର ଲେଖା ଛିଡିଯିବ । ସେପଟେ ମଦନ ଦଳେଇ କହିଥିଲେ କି, ସେ ସବୁ ସେଟ୍ କରି ଓଡ଼ିଶା ବାହାରକୁ ପଳାଇବ । ଯେପିରିକି ପିଣ୍ଟୁ ଓ ବିକ୍ରମଙ୍କର ସଂପୃକ୍ତିର କୌଣସି ଗନ୍ଧ ପାଇବନି ପୋଲିସ । ସେହିପରି ଏହି ହତ୍ୟା କେସ୍ ଟି ରମେଶ ଜେନା ଆଡେ ଯିବ । ପୋଲିସ କୌଣସି ପ୍ରକାରର ଟେର୍ ପାଇପାରିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking