32.7 C
Bhubaneswar
Saturday, June 27, 2026
Homeଓଡିଶାଭିଜିଲାନ୍ସ ଜାଲରେ ପଶୁଧନ ନିରୀକ୍ଷକ

ଭିଜିଲାନ୍ସ ଜାଲରେ ପଶୁଧନ ନିରୀକ୍ଷକ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପଶୁଧନ ନିରୀକ୍ଷକ । ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବ୍‌ସିଡି ଟଙ୍କା ମୁକ୍ତ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ନବରଙ୍ଗପୁର ଜିଲ୍ଲାର ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ବା ସିଡିଭିଓ କାର୍ଯ୍ୟାଳୟ ଅଧୀନସ୍ଥ ରାଇଘରର ଏଲ୍‌.ଆଇ ପ୍ରଫୁଲ୍ଲ ହାଲଦାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଛଇନ୍ତି ।

ଏହି ଯୋଜନାରେ ଦୁଗ୍ଧ ଚାଷୀ ମାନଙ୍କୁ ୧ରୁ ୫ଟି ଗାଈ ସହ ଦୁଗ୍ଧ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ସହାୟତା ଦିଆଯାଏ । ଯୋଜନାର ନିୟମାବଳୀ ଅନୁଯାୟୀ ଅଭିଯୋଗକାରୀ ଚାଷୀ ଜଣେ ହିତାଧିକାରୀ ଭାବେ ଚୟନ ହୋଇଥିଲେ । ଅଭିଯୁକ୍ତ ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ସବସିଡି ଟଙ୍କା ମୁକ୍ତ କରିବା ପାଇଁ ହିତାଧିକାରୀଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏପରିକି ଲାଞ୍ଚ ନଦେଲେ ତାଙ୍କ ସମେତ ଗାଁର ଅନ୍ୟ ହିତାଧିକାରୀଙ୍କ ସବସିଡି ମଧ୍ୟ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ । ଅନ୍ୟ କୌଣସି ଉପାୟ ନ ପାଇ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।  ଭିଜିଲାନ୍ସ ଟିମ୍ ପ୍ରଫୁଲ୍ଲ ହାଲଦାରଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking