32.7 C
Bhubaneswar
Saturday, June 27, 2026
Homeଦେଶ ବିଦେଶ‘ଇବୋଲା’: ସଂକ୍ରମିତଙ୍କ ସଂଖ୍ୟା ୧୨୦୦ !

‘ଇବୋଲା’: ସଂକ୍ରମିତଙ୍କ ସଂଖ୍ୟା ୧୨୦୦ !

ନୂଆଦିଲ୍ଲୀ : କିନଶାସା କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ (ଡିଆରସି) ପୁଣି ଥରେ ଘାତକ ଇବୋଲାଭାଇରସ କବଳରେ ପଡ଼ିଥିବା ବେଳେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ୧,୨୦୦ ଅତିକ୍ରମ କରିସାରିଛି। ସରକାରୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧,୨୦୩ ଜଣ ଏହି ଜୀବାଣୁରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୧ ଜଣଙ୍କର ମୃତ୍ୟୁ ଘଟିଛି। ଜନସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ୪୧୯ ଜଣ ରୋଗୀ ବିଭିନ୍ନ ପ୍ରତିଷ୍ଠିତ ହସ୍ପିଟାଲର ଆଇସୋଲେସନରେ ଜୀବନ ପାଇଁ ଲଢ଼ୁଛନ୍ତି ଏବଂ ୧୪୮ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ବ୍ୟତୀତ ଆଉ ୨୬୫ ଜଣ ସନ୍ଦିଗ୍ଧ ମାମଲା ଚିହ୍ନଟ କରାଯାଇଛି, ଯେଉଁଥିରୁ ୭୭ ଜଣଙ୍କର ମୃତ୍ୟୁ ହୋଇସାରିଥିବାରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking