37.5 C
Bhubaneswar
Saturday, June 27, 2026
Homeଓଡିଶାଦେବସ୍ନାନ ପୂର୍ଣ୍ଣିମାରେ ଭିଜିବ ଓଡ଼ିଶା !

ଦେବସ୍ନାନ ପୂର୍ଣ୍ଣିମାରେ ଭିଜିବ ଓଡ଼ିଶା !

ଭୁବନେଶ୍ୱର: ଦେବସ୍ନାନ ପୂର୍ଣ୍ଣିମାରେ ଭିଜିବ ଓଡ଼ିଶା । ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଅନ୍ୟ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପାଇଁ ସାରା ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୯ ତାରିଖ ଦେବସ୍ନାନ ପୂର୍ଣ୍ଣିମାରେ ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ଅନ୍ୟ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୩୦ ତାରିଖ ଓ ଜୁଲାଇ ୧ ତାରିଖରେ ବି ସାରା ରାଜ୍ୟରେ ବର୍ଷାର ପ୍ରଭାବ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସାରା ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଥିଲେ ବି ବର୍ଷାର ସେଭଳି ପ୍ରଭାବ ଦେଖିବାକୁ ମିଳୁନି । ମୌସୁମୀ ଦୁର୍ବଳ ହୋଇଥିବାରୁ ବର୍ଷାର ପରିମାଣ ବି କମ ରହୁଛି । ଫଳରେ ଚିନ୍ତାରେ ରହିଛନ୍ତି ଚାଷୀ କୂଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking