38.2 C
Bhubaneswar
Thursday, June 25, 2026
Homeଦେଶ ବିଦେଶଭେନେଜୁଏଲାରେ ଭୂମିକମ୍ପ ପରେ ସୁନାମୀ ଆଲର୍ଟ

ଭେନେଜୁଏଲାରେ ଭୂମିକମ୍ପ ପରେ ସୁନାମୀ ଆଲର୍ଟ

ନୁଆଦିଲ୍ଲୀ: ଦକ୍ଷିଣ ଆମେରିକାର ଦେଶ ଭେନେଜୁଏଲାରେ ଆଜି ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ମାତ୍ର ୪୫ ସେକେଣ୍ଡର ବ୍ୟବଧାନରେ ଦୁଇଥର ଶକ୍ତିଶାଳୀ ଭୂମିକମ୍ପ ହେବାରୁ ଦେଶବ୍ୟାପୀ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ରିକ୍ଟର ସ୍କେଲରେ ଏହି ଦୁଇଟି ଭୂମିକମ୍ପର ତୀବ୍ରତା କ୍ରମଶଃ ୭.୨ ଓ ୭.୫ ରେକର୍ଡ କରାଯାଇଛି । ହଠାତ୍ ଭୂମିକମ୍ପରେ ଅନେକ ଅଞ୍ଚଳରେ କୋଠାବାଡ଼ି ଦୋହଲି ଉଠିଥିଲା। ଭୟଭୀତ ଲୋକମାନେ ଘର, ଅଫିସ ଓ ବ୍ୟବସାୟିକ ପ୍ରତିଷ୍ଠାନରୁ ବାହାରକୁ ଦୌଡ଼ି ଆସିଥିଲେ । ପ୍ରାରମ୍ଭିକ ସୂଚନା ଅନୁଯାୟୀ, କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ବହୁ ଲୋକ ଆହତ ହୋଇଥିବା ଖବର ମିଳିଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି ।

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ଭେନେଜୁଏଲା ସରକାର ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସୁରକ୍ଷା ବାହିନୀ, ଦମକଳ ଓ ବିପର୍ଯ୍ୟୟ ପରିଚାଳନା ଟିମ୍‌ମାନଙ୍କୁ ମୁତୟନ କରାଯାଇଛି । ଅନ୍ୟପକ୍ଷରେ, ସୁରକ୍ଷା ଦୃଷ୍ଟିରୁ ଦେଶର ସମସ୍ତ ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ସୂଚନା ମିଳିଛି । ବିମାନ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଯାତ୍ରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଭୂମିକମ୍ପ ପରବର୍ତ୍ତୀ ସ୍ଥିତି ଉପରେ ସରକାର ନଜର ରଖିଥିବା ବେଳେ ଆଫ୍ଟରଶକ୍‌ର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ଫଳରେ ସମଗ୍ର ଭେନେଜୁଏଲାରେ ଭୟ ଓ ଅନିଶ୍ଚିତତାର ପରିବେଶ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking