34.4 C
Bhubaneswar
Thursday, June 25, 2026
Homeଓଡିଶାବିହାରରେ ଗଙ୍ଗାସ୍ନାନ ବେଳେ ବୁଡ଼ିଗଲେ ୫ ଝିଅ

ବିହାରରେ ଗଙ୍ଗାସ୍ନାନ ବେଳେ ବୁଡ଼ିଗଲେ ୫ ଝିଅ

ବିହାର: ବିହାରର ମୁଙ୍ଗେର୍‌ ଜିଲ୍ଲାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଗଙ୍ଗା ନଦୀରେ ସ୍ନାନ କରୁଥିବାବେଳେ ୫ ଜଣ ଝିଅ ବୁଡ଼ି ଯାଇଥିବାବେଳେ ୩ ଜଣ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି। ପରିବାର ଲୋକ ନିଜ ଝିଅଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗଙ୍ଗା ସ୍ନାନ ବେଳେ ଝିଅମାନେ ବୁଡ଼ି ଯିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ସତର୍କ ହୋଇଯାଇଥିଲା। ତତ୍କାଳ ଏନ୍‌ଡିଆର୍‌ଏଫ୍‌ ଓ ଜିଲ୍ଲାସ୍ତରୀୟ ବୁଡ଼ାଳିଙ୍କୁ ଡାକି ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା। ୩ ଜଣ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୨ ଜଣଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଅନ୍ୟ ଦୁଇଜଣଙ୍କ ଉଦ୍ଧାର ପାଇଁ ତଲାସି ଅଭିଯାନ ଜାରି ରହିଛି। ବୁଡ଼ି ଯାଇଥିବା ଝିଅମାନଙ୍କ ମଧ୍ୟରେ ବାସୁଦେବପୁର ଥାନା ଅଞ୍ଚଳର ଶ୍ୟାମପୁରର ବାସିନ୍ଦା କ୍ରାନ୍ତି ପାସୱାନଙ୍କର ୪ ଜଣ ଝିଅ ଅଛନ୍ତି। ଅନ୍ୟ ଜଣେ ଚମକଲାଲ ପାସୱାନଙ୍କ ଝିଅ ବୋଲି କୁହାଯାଇଛି। ଗାଧୋଇବା ସମୟରେ ଝିଅମାନେ ଗଭୀର ପାଣିକୁ ଚାଲି ଯାଇଥିଲେ। ଗଙ୍ଗା ନଦୀର ତୀବ୍ର ସ୍ରୋତରେ ହଠାତ୍‌ ଜଣ ଜଣ କରି ସମସ୍ତେ ବୁଡ଼ି ଯାଇଥିଲେ। ଗଙ୍ଗାଘାଟରେ ଉପସ୍ଥିତ ଲୋକମାନେ ସେମାନଙ୍କ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking